ଚଳିତ ବର୍ଷ କମିବ ମୌସୁମୀ ବର୍ଷାର ପରିମାଣ : ଆଇଏମଡି ଡିଜି

ଭୁବନେଶ୍ୱର : ଚଳିତ ବର୍ଷ ହେବ ସ୍ୱଭାବିକ ଠାରୁ କମିବ ମୌସୁମୀ ବର୍ଷା। ଏଲ୍‌ନିନୋର ପ୍ରଭାବ ଯୋଗୁଁ ଭାରତରେ ମୌସୁମୀ ବର୍ଷା ର ପରିମାଣ କମ ରହିବ । ସଂସ୍ଥା ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ଆସନ୍ତା ମୌସୁମୀ ଋତୁରେ ଏଲ୍‌ନିନୋର ପ୍ରଭାବ ଜାରି ରହିପାରେ। ଫଳରେ ମୌସୁମୀ ଦୁର୍ବଳ ରହିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ଖୁବ୍‌ଶୀଘ୍ର ଏହାର ବାର୍ଷିକ ମୌସୁମୀ ପୂର୍ବାନୁମାନ ପ୍ରକାଶ କରାଯିବ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ ଯୋଗେ […]

Samaya Live Picture
Published On

ଭୁବନେଶ୍ୱର : ଚଳିତ ବର୍ଷ ହେବ ସ୍ୱଭାବିକ ଠାରୁ କମିବ ମୌସୁମୀ ବର୍ଷା। ଏଲ୍‌ନିନୋର ପ୍ରଭାବ ଯୋଗୁଁ ଭାରତରେ ମୌସୁମୀ ବର୍ଷା ର ପରିମାଣ କମ ରହିବ । ସଂସ୍ଥା ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ଆସନ୍ତା ମୌସୁମୀ ଋତୁରେ ଏଲ୍‌ନିନୋର ପ୍ରଭାବ ଜାରି ରହିପାରେ। ଫଳରେ ମୌସୁମୀ ଦୁର୍ବଳ ରହିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ଖୁବ୍‌ଶୀଘ୍ର ଏହାର ବାର୍ଷିକ ମୌସୁମୀ ପୂର୍ବାନୁମାନ ପ୍ରକାଶ କରାଯିବ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ ଯୋଗେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ (ଆଇଏମଡି ଡିଜି) ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

ସେହିପରି ଚଳିତ ବର୍ଷ ମୌସୁମୀ ବର୍ଷା ପରିମାଣ ୯୬% ହେବା ନେଇ ପୂର୍ବାନୁମାନ କରାଯାଇଛି। ସ୍କାଇମେଟ୍‌ର ଆକଳନ ଅନୁସାରେ ଭାରତର ଉତ୍ତର ଓ କେନ୍ଦ୍ରାଞ୍ଚଳ ଅଧିକ ବୃଷ୍ଟିହୀନତାର ଶିକାର ହେବ। ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ପ୍ରଭୃତି କୃଷିବହୁଳ ରାଜ୍ୟରେ ଚତୁର୍ମାସ୍ୟା (ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର)ର ଦ୍ବିତୀୟାର୍ଦ୍ଧରେ ସ୍ବାଭାବିକଠାରୁ କମ୍ ବର୍ଷା ହେବ। ଇତିମଧ୍ୟରେ ଅଦିନିଆ ବର୍ଷା ଓ କରକାପାତ ଯୋଗୁଁ ଗହମ ଚାଷ ହେଉଥିବା ଭାରତର ଉତ୍ତର, କେନ୍ଦ୍ର ଓ ପଶ୍ଚିମାଞ୍ଚରେ କୃଷିକ୍ଷେତରେ ଯଥେଷ୍ଟ କ୍ଷତି ଘଟିଥିବା ଜଣାପଡ଼ିଛି। ଏହି କାରଣରୁ ହଜାର ହଜାର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ମୌସୁମୀରେ ଦେଶରେ ହାରାହାରି ୮୭ ସେଣ୍ଟିମିଟର ବର୍ଷା ହୋଇଥାଏ। ଚଳିତ ବର୍ଷ ୯୬% ହିସାବରେ ୮୩.୫ ସେଣ୍ଟିମିଟର ବର୍ଷାର ସମ୍ଭାବନା ରହିଛି। ୯୬%ରୁ ୧୦୪% ବର୍ଷା ହେଲେ ଏହାକୁ ସ୍ୱାଭାବିକ ବର୍ଷା କୁହାଯାଏ। ମୌସୁମୀର ଦ୍ୱିତୀୟାର୍ଦ୍ଧରେ ଏଲ୍‌‌-ନିନୋ ସମସ୍ୟା ସମ୍ଭାବନା ରହିଥିଲେ ମଧ୍ୟ ବର୍ଷା ପରିମାଣ ସାମାନ୍ୟ ହ୍ରାସ ପାଇବ ।

Tags: