ରାଜ୍ୟରେ ମୌସୁମୀ ସକ୍ରିୟ,ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହା ମାଲକାନାଗିରିକୁ ଅତିକ୍ରମ କରି ୨୪ଟି ଜିଲ୍ଲାରେ ପାଦ ଥାପିଛି । ତେବେ ଅନ୍ୟ ୬ଟି ଜିଲ୍ଲାରେ ଏହା ଆଂଶିକ ଭାବରେ ପ୍ରବେଶ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୌସୁମୀର ଆଗମନ ଫଳରେ ବିଭିନ୍ନ ସ୍ଥନରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଅସହ୍ୟ ଗରମରୁ ମୁକ୍ତି ପାଇଛି ସାରା ଓଡ଼ିଶା । ଗତକାଲି ସୁଦ୍ଧା  ରାଜ୍ୟର ୨୪ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହା ମାଲକାନାଗିରିକୁ ଅତିକ୍ରମ କରି ୨୪ଟି ଜିଲ୍ଲାରେ ପାଦ ଥାପିଛି । ତେବେ ଅନ୍ୟ ୬ଟି ଜିଲ୍ଲାରେ ଏହା ଆଂଶିକ ଭାବରେ ପ୍ରବେଶ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୌସୁମୀର ଆଗମନ ଫଳରେ ବିଭିନ୍ନ ସ୍ଥନରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଅସହ୍ୟ ଗରମରୁ ମୁକ୍ତି ପାଇଛି ସାରା ଓଡ଼ିଶା ।

ଗତକାଲି ସୁଦ୍ଧା  ରାଜ୍ୟର ୨୪ ଜିଲ୍ଲାରେ ଦେଇଛି ପହିଲି ବର୍ଷାର ସ୍ପର୍ଶ। ତେବେ ଅବଶିଷ୍ଟ ୬ ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୌସୁମୀ ସଠିକ ଭାବରେ ପହଞ୍ଚି ପାରିନାହିଁ । ଏଗୁଡିକ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର , ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଦିନେ ଦୁଇଦିନ ମଧ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମୌସୁମୀ ଅଗ୍ରସର ପରେ ସାରା ରାଜ୍ୟରେ ପାଗ ମେଘୁଆ ସହ ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି।

ଅନ୍ୟପଟେ ଆସନ୍ତା ୨୬ ତାରିଖରୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଅନୁମାନ କରାଯାଉଛି । ଏହାପରେ ୨୭-୨୮ ତାରିଖସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାକୁ ଥିବା ବେଳେ ୨୭ରେ ଦକ୍ଷିଣ ଓଡ଼ିଶା ଏବଂ ୨୮ରେୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।

ମୌସୁମୀ ପ୍ରଭାବରେ ଶୁକ୍ରବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇଛି । ଖୋର୍ଦ୍ଧାରେ ସର୍ବାଧିକ ୬୫ ମିଲିମିଟର ବର୍ଷା ହୋଇଛି । ତେବେ ସନ୍ଧ୍ୟା ସୁଦ୍ଧା ରାଉରକେଲାରେ ୫୬ ମିମି, ଦାରିଙ୍ଗିବାଡ଼ିରେ ୩୮, ତାଳଚେରରେ ୩୫, ସୋନପୁରରେ ୨୪.୮, ବୌଦ୍ଧରେ ୨୩, ପାରାଦୀପରେ ୧୮, ଟିଟିଲାଗଡ଼ରେ ୧୬.୨, ଢେଙ୍କାନାଳରେ ୧୫.୨, ଫୁଲବାଣୀରେ ୫.୮, ଭୁବନେଶ୍ୱରରେ ୬.୩, ଗୋପାଳପୁରରେ ୩ ମିମି ବର୍ଷା ହୋଇଛି । ତେବେ ୨୪ ଘଣ୍ଟା ଭିତରେ ତାଳଚେରରେ ସର୍ବାଧିକ ୧୦୮ ମି.ମି ଏବଂ ବରଗଡ଼ରେ ୪୮.୮ ମି.ମି ବର୍ଷା ରେକର୍ଡ କରାଯାଇଛି ।

Tags: