କେରଳ ଛୁଇଁଲା ମୌସୁମୀ
ଭୁବନେଶ୍ୱର : ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ କେରଳ ଛୁଇଁଛି ମୌସୁମୀ I ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ଏକ୍ସ ଜରିଆରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଜାରି କରିଛି I କେରଳାକୁ ମୌସୁମୀ ବାୟୁ ଛୁଇଁବା ପରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି I ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର ସମ୍ଭାବନା ରହିଛି। ଦେଶରେ ଏଥର ଭଲ ବର୍ଷା ହେବ। ସ୍ୱାଭାବିକ ଠାରୁ ଅଧିକ ବର୍ଷା […]
ଭୁବନେଶ୍ୱର : ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ କେରଳ ଛୁଇଁଛି ମୌସୁମୀ I ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ଏକ୍ସ ଜରିଆରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଜାରି କରିଛି I କେରଳାକୁ ମୌସୁମୀ ବାୟୁ ଛୁଇଁବା ପରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି I
ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର ସମ୍ଭାବନା ରହିଛି। ଦେଶରେ ଏଥର ଭଲ ବର୍ଷା ହେବ। ସ୍ୱାଭାବିକ ଠାରୁ ଅଧିକ ବର୍ଷା କରେଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ରାଜ୍ୟରେ ଜାରି ରହିଛି ଗରମ ଗୁଳୁଗୁଳି ପାଗ I ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷ ହେଉଥିବାବେଳେ ଅନେକ ସ୍ଥାନରେ ୪୫ ଡିଗ୍ରୀ ଉପରେ ରହୁଛି ତାପମାତ୍ରା I ଆଜି ସକାଳୁ ସକାଳୁ ମଧ୍ୟ ତାତି କଲବଲ କରିବା ଆରମ୍ଭ କରିଦେଇଛି । ସକାଳୁ ସକାଳୁ ଭବାନୀପାଟଣାରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଯାଇଛି । ସକାଳ ୮.୩୦ ସୁଦ୍ଧା ଭବନୀପାଟଣାରେ ୩୯ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି । ତାପମାତ୍ରା ବୃଦ୍ଧି କାରଣରୁ ସନ୍ତୁଳି ହେଉଛନ୍ତି ଲୋକେ । ଆଉ ଏହାରି ଭିତରେ ଶୀଘ୍ର ମୌସୁମୀ ଆସିଲେ ତାତିରୁ ସାମାନ୍ୟ ତ୍ରାହି ମିଳିବ ବୋଲି ଅନାଇ ବସିଛନ୍ତି ଲୋକେ




