ମୌସୁମୀ ଉଭାନ,୧୧ ଟି ଜିଲ୍ଲାରେ ମରୁଡି ଆଶଙ୍କା

ଭୁବନେଶ୍ୱର : ରାଜ୍ୟରେ ଦୁର୍ବଳ ମୌସୁମୀ I ଅଗଷ୍ଟରେ ନିଅଣ୍ଟିଆ ବର୍ଷା ଯୋଗୁଁ ୧୧ଟି ଜିଲ୍ଲାରେ ମରୁଡି ପରିସ୍ଥିତି ଦେଖା ଦେଇଛି I ବର୍ତ୍ତମାନ ପାଣିପାଗ ଶୁଖିଲା ରହିବା ସାଙ୍ଗକୁ ତାତି ବଢ଼଼ିବା ସହିତ ଗରମ ଗୁଳୁଗୁଳି ଲାଗି ରହିଛି। ଦିନେ ଦୁଇଦିନ ମଧ୍ୟରେ ବର୍ଷା ନ ହେଲେ ପରିସ୍ଥିତି ଆହୁରି ବିଗିଡ଼ିପାରେ ବୋଲି କୁହାଯାଉଛି। ଚାଷ କାର୍ଯ୍ୟ ପାଇଁ ଅଗଷ୍ଟ ମାସଟି ଗୁରୁତ୍ତ୍ୱପୂର୍ଣ୍ଣ I ଚଳିତ ବର୍ଷ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଚାଷୀ ଓ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଦୁର୍ବଳ ମୌସୁମୀ I ଅଗଷ୍ଟରେ ନିଅଣ୍ଟିଆ ବର୍ଷା ଯୋଗୁଁ ୧୧ଟି ଜିଲ୍ଲାରେ ମରୁଡି ପରିସ୍ଥିତି ଦେଖା ଦେଇଛି I ବର୍ତ୍ତମାନ ପାଣିପାଗ ଶୁଖିଲା ରହିବା ସାଙ୍ଗକୁ ତାତି ବଢ଼଼ିବା ସହିତ ଗରମ ଗୁଳୁଗୁଳି ଲାଗି ରହିଛି। ଦିନେ ଦୁଇଦିନ ମଧ୍ୟରେ ବର୍ଷା ନ ହେଲେ ପରିସ୍ଥିତି ଆହୁରି ବିଗିଡ଼ିପାରେ ବୋଲି କୁହାଯାଉଛି। ଚାଷ କାର୍ଯ୍ୟ ପାଇଁ ଅଗଷ୍ଟ ମାସଟି ଗୁରୁତ୍ତ୍ୱପୂର୍ଣ୍ଣ I ଚଳିତ ବର୍ଷ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଚାଷୀ ଓ ଚାଷ ପାଇଁ ସମସ୍ୟା ସୃଷ୍ଟି କରିଛି। ଚଳିତ ଅଗଷ୍ଟ ମାସରେ ୧ ରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ୨୯୮.୬ ମି.ମି. ବର୍ଷ ରେକର୍ଡ ହୋଇଛି I ଯାହା ସ୍ୱାଭାବିକ ବର୍ଷା ୩୩୩.୫ ମିମି ତୁଳନାରେ ପାଖାପାଖି ୧୦% କମ I

ଅନ୍ୟପକ୍ଷରେ ବୁଧବାର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ। ଯାହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।

ସେହିପରି ୩ ଓ ୪ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼଼ିବା ସହ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ହେଲେ ଶନିବାରଠାରୁ ବର୍ଷାର ପରିମାଣ ପାରେ। ଅନ୍ୟପଟେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ମୌସୁମୀର ଅଭିମାନ ଭାଙ୍ଗିପାରେ ଓ ରାଜ୍ୟକୁ ପୁଣି ବର୍ଷା ଫେରିବା ଆଶା ସୃଷ୍ଟି ହୋଇଛି।

Tags: