ଆର ବି ଆଇ ବ୍ୟାଙ୍କ ସାମ୍ନାରେ ଉଡିଲା ଟଙ୍କା
ଭୁବନେଶ୍ୱର : ଆଜି ଏପରି ଏକ ଘଟଣା ଘଟିଛି ଯାହା କି ଲୋକଙ୍କୁ ଚକିତ କରିଦେଇଛି l ଆରବିଆଇ ବ୍ୟାଙ୍କ ସାମ୍ନାରେ ଉଡ଼ିଲା ଟଙ୍କା । ଗ୍ରାହକ ରାଗି ଯାଇ ଉଡାଇଛନ୍ତି ଟଙ୍କା ଲ ଏପରି ଘଟଣା ଭୁବନେଶ୍ୱରରେ ଦେଖିବାକୁ ମିଳିଛି l ସୂଚାନୁସାରେ , ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଟଙ୍କା ବଦଳାଇବା ପାଇଁ ଆସିଥିବା କିଛି ଗ୍ରାହକ ଫାଟକ ଆଗରେ ନୋଟ୍ ଉଡ଼ାଉଥିବା ଦେଖିବାକୁ ମିଳିଥିଲା । ସେ ନୋଟ୍ ଗୁଡ଼ିକ […]
ଭୁବନେଶ୍ୱର : ଆଜି ଏପରି ଏକ ଘଟଣା ଘଟିଛି ଯାହା କି ଲୋକଙ୍କୁ ଚକିତ କରିଦେଇଛି l ଆରବିଆଇ ବ୍ୟାଙ୍କ ସାମ୍ନାରେ ଉଡ଼ିଲା ଟଙ୍କା । ଗ୍ରାହକ ରାଗି ଯାଇ ଉଡାଇଛନ୍ତି ଟଙ୍କା ଲ ଏପରି ଘଟଣା ଭୁବନେଶ୍ୱରରେ ଦେଖିବାକୁ ମିଳିଛି l
ସୂଚାନୁସାରେ , ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଟଙ୍କା ବଦଳାଇବା ପାଇଁ ଆସିଥିବା କିଛି ଗ୍ରାହକ ଫାଟକ ଆଗରେ ନୋଟ୍ ଉଡ଼ାଉଥିବା ଦେଖିବାକୁ ମିଳିଥିଲା । ସେ ନୋଟ୍ ଗୁଡ଼ିକ ଚିରାଫଟା ନୋଟ୍ ବୋଲି ଜଣାପଡିଛି । ଏହାକୁ ବଦଳାଇବାକୁ ଗ୍ରାହକ ଆଣିଥିଲେ ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରହଣ ନକରିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଖାରବେଳ ନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାହକଙ୍କୁ ବୁଝାସୁଝା କରିଥିଲା । ଚିରା ଫଟା ନୋଟ ବଦଳାଇବା ବ୍ୟବସ୍ଥା ଥିବାବେଳେ ଗ୍ରାହକ କାହିଁକି ଗ୍ରହଣ କରିବାକୁ ମନା କଲେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆରବିଆଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ l ତେବେ ବ୍ୟାଙ୍କକୁ ନୋଟ ବଦଳାଇବାକୁ ଯାଇଥିବା ଦିନେଶ କୁମାର ସାହୁ ନାମକ ବ୍ୟକ୍ତିଙ୍କ ଅଭିଯୋଗ ଯେ ଆଜି କିଛି ଗ୍ରାହକ ବ୍ୟାଙ୍କକୁ ନିଜ ପାଖରେ ଥିବା ଚିରାଫଟା ନୋଟ ବଦଳାଇବାକୁ ଯାଇ ଲାଇନ୍ରେ ଛିଡ଼ା ହୋଇଥିଲେ। ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍କୁ ଗ୍ରହଣ ନ କରିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ପଚାରିବାରୁ ଗତ ୩ ତାରିଖରୁ ପୁରୁଣା ନୋଟ୍ ବଦଳହେବ ବୋଲି କାଉଣ୍ଟର ବନ୍ଦ ଥିବା କର୍ତ୍ତୃପକ୍ଷ କହିଛନ୍ତି l ଏନେଇ ଲିଖିତ ଭାବେ କିଛି ନୋଟିସ ବାହାରି ନ ଥିବା ବେଳେ ଗଣମାଧ୍ୟମରେ ବି ଏ ସଂକ୍ରାନ୍ତ ଖବର ପ୍ରକାଶିତ ହୋଇନାହିଁ । ତେଣୁ ପ୍ରତିଦିନ ୨ ଶହରୁ ୩ ଶହ ଲୋକ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଫେରୁଛନ୍ତି । ଏହାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଭଲଭାବେ ରେ ଧ୍ୟାନ ଦେବାକୁ ପଡିବ ବୋଲି କହି ଗ୍ରାହକ ମାନେ ବ୍ୟାଙ୍କ ଆଗ ସାମ୍ନାରେ ସେହି ଚିରାଫଟା ନୋଟକୁ ଉଡାଇଛନ୍ତି l




