ବାରବାଟିରୁ ଲଢ଼ିବେ ମୋକିମଙ୍କ ଝିଅ !
କଟକ : ବାରବାଟୀରେ ବାପାଙ୍କ ବଦଳରେ ଝିଅଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ I ମୋକିମଙ୍କ ଝିଅ ସୋଫିଆ ଫିରଦୋସଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ନେଇ ସୂଚନା ମିଳିଛି I OHRDC ଦୁର୍ନୀତି ମାମଲାରେ ରହିତାଦେଶ କାଏମ ରହିବା ପରେ ନିର୍ବାଚନ ଲଢ଼ି ପାରିବେ ନାହିଁ ବାରବାଟୀ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ I ସୂଚନାନୁସାରେ ମଙ୍ଗଳବାର ଦିନ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ORHDCଦୁର୍ନୀତି ମାମଲାରେ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ […]
କଟକ : ବାରବାଟୀରେ ବାପାଙ୍କ ବଦଳରେ ଝିଅଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ I ମୋକିମଙ୍କ ଝିଅ ସୋଫିଆ ଫିରଦୋସଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ନେଇ ସୂଚନା ମିଳିଛି I OHRDC ଦୁର୍ନୀତି ମାମଲାରେ ରହିତାଦେଶ କାଏମ ରହିବା ପରେ ନିର୍ବାଚନ ଲଢ଼ି ପାରିବେ ନାହିଁ ବାରବାଟୀ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ I
ସୂଚନାନୁସାରେ ମଙ୍ଗଳବାର ଦିନ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ORHDCଦୁର୍ନୀତି ମାମଲାରେ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ଦଣ୍ଡାଦେଶ ଦେଇଥିଲେ । ଦଣ୍ଡାଦେଶ ଉପରେ ରହିତାଦେଶ ଲାଗି SC ଯାଇଥିଲେ ମୋକିମ । ହେଲେ ଏହା ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଫଇସଲା ପର୍ଯ୍ୟନ୍ତ ଦଣ୍ଡାଦେଶକୁ ହଟା ଯାଇପାରିବ ନାହିଁ । ଯାହା ଯୋଗୁ ନିର୍ବାଚନ ପରିପ୍ରେକ୍ଷୀରେ ମୋକିମଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଦୋଷୀ ସାବ୍ୟସ୍ତ ହୋଇ ୩ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବାରୁ ମୋକିମଙ୍କ ସଦସ୍ୟ ପଦ ରଦ୍ଦ ହୋଇଛି । ତେବେ ହାଇକୋର୍ଟରୁ ଏହା ଉପରେ ରହିତାଦେଶ ମିଳିଲେ ସେ ତାଙ୍କ ସଦସ୍ୟ ପଦ ବଜାୟ ରଖିପାରିବେ । ବର୍ତ୍ତମାନ ସେ ଆଉ ୩ବର୍ଷ ଯାଏଁ ନିର୍ବାଚନ ଲଢି ପାରିବେ ନାହିଁ। ତେଣୁ କୁହାଯାଉଛି ତାଙ୍କ ବଦଳରେ କଂଗ୍ରେସ ତାଙ୍କ ଝିଅ ସୋଫିଆ ଫିରଦୋସଙ୍କୁ ଟିକେଟ୍ ଦେଇପାରେ। ଅନ୍ୟପଟେ ବାରବାଟର-କଟକରୁ ବିଜେଡି ପ୍ରକାଶ ବେହେରାଙ୍କୁ ଟିକେଟ୍ ଦେଇଛି।
ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର କଂଗ୍ରେସକୁ ନେଇ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିପାରେ। ବିଜେଡିରୁ ପ୍ରକାଶ ବେହେରା ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଭାଜପାର ଘୋଷଣା ବାକି ଅଛି। ଏଭଳି ସ୍ଥିତିରେ କଂଗ୍ରେସ ଏକ ନୂଆ ଚେହେରାକୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ସେ ହେଉଛନ୍ତି ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ।




