ଡିସେମ୍ବର ୨୪ରେ ଓଡିଶା ଆସିବେ ମୋଦୀ !
ଭୁବନେଶ୍ୱର : ୩ ରାଜ୍ୟରେ ବିଜେପିର ବିଜୟ ପରେ ଏବେ ଓଡ଼ିଶାର ପାଳି I ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଦଖଲ କରିବା ପରେ ଏବେ ବିଜେପି ନିଶାଣରେ ଓଡ଼ିଶା ରହିଛି। ୨୦୨୪ ନିର୍ବାଚନ ପୂର୍ବରୁ ଓଡିଶା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି I ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶା ପାଇଁ ବିଜେପି ପ୍ରସ୍ତୁତ ଚଳାଇଛି। ଏଥିପାଇଁ ଚଳିତମାସ ୨୪ ତାରିଖ ବେଳକୁ ଦିନିକିଆ ଓଡିଶା ଗସ୍ତରେ ଆସି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ I […]
ଭୁବନେଶ୍ୱର : ୩ ରାଜ୍ୟରେ ବିଜେପିର ବିଜୟ ପରେ ଏବେ ଓଡ଼ିଶାର ପାଳି I ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଦଖଲ କରିବା ପରେ ଏବେ ବିଜେପି ନିଶାଣରେ ଓଡ଼ିଶା ରହିଛି। ୨୦୨୪ ନିର୍ବାଚନ ପୂର୍ବରୁ ଓଡିଶା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି I ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶା ପାଇଁ ବିଜେପି ପ୍ରସ୍ତୁତ ଚଳାଇଛି। ଏଥିପାଇଁ ଚଳିତମାସ ୨୪ ତାରିଖ ବେଳକୁ ଦିନିକିଆ ଓଡିଶା ଗସ୍ତରେ ଆସି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ I ଶେଷ ସପ୍ତାହରେ ସମ୍ବଲପୁରରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ (ଇଇମ) ର ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏନେଇ ବିରୋଧୀଦଳ ମୁଖ୍ୟସଚେତକ ମୋହନ ମାଝି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି I
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଚଳିତମାସରେ ରହିଛି। ଏହାପରେ ପର୍ଯ୍ୟାୟକ୍ରମେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଓ ତୁଙ୍ଗ ନେତୃବୃନ୍ଦଙ୍କ ଗସ୍ତରେ ଆସିବେ। ଶ୍ରୀ ମାଝି କହିଛନ୍ତି ଯେ, ମୋଦୀଙ୍କ ଗସ୍ତ ସୂଚୀରେ ସମ୍ବଲପୁରରେ ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି। ତେବେ ପ୍ରଧାନମନ୍ତ୍ରୀ କେଉଁ ତାରିଖରେ ଓଡ଼ିଶା ଆସିବେ, ସେନେଇ କିଛି ଚୂଡ଼ାନ୍ତ ହୋଇନାହିଁ।




