ଭାରତର ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କୁ ହ୍ୱାଇଟ ହାଉସର ଅନଫଲୋ

ସମୟ ଲାଇଭ,୩୦/୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ ବାସଭବନ ହ୍ୱାଇଟ୍‌ ହାଉସ୍ କିଛି ଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଫଲୋ କରିଥିଲା । ତେବେ ବର୍ତ୍ତମାନ ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ହ୍ୱାଇଟ ହାଉସ ଅନ୍‌ଫଲୋ କରିଦେଇଥିବା ସୂଚନା ମିଳିଛି । ମୋଦିଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟର ହାଣ୍ଡେଲକୁ ମଧ୍ୟ ହ୍ୱାଇଟ ହାଉସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଅନଫଲୋ କରିଦିଆଯାଇଥିବା ଜଣାପଡିଛି | ଏପରିକି ଆମେରିକାରେ […]

Samaya Live Picture
Published On

ସମୟ ଲାଇଭ,୩୦/୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ ବାସଭବନ ହ୍ୱାଇଟ୍‌ ହାଉସ୍ କିଛି ଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଫଲୋ କରିଥିଲା । ତେବେ ବର୍ତ୍ତମାନ ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ହ୍ୱାଇଟ ହାଉସ ଅନ୍‌ଫଲୋ କରିଦେଇଥିବା ସୂଚନା ମିଳିଛି । ମୋଦିଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟର ହାଣ୍ଡେଲକୁ ମଧ୍ୟ ହ୍ୱାଇଟ ହାଉସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଅନଫଲୋ କରିଦିଆଯାଇଥିବା ଜଣାପଡିଛି | ଏପରିକି ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ଅନଫୋଲ କରିଦିଆଯାଇଥିବା କୁହାଯାଉଛି |

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ ବାସଭବନ ହ୍ୱାଇଟ୍‌ ହାଉସ୍‌ ପୂର୍ବରୁ୧୯ ଜଣଙ୍କୁ ଫଲୋ କରୁଥିବାବେଳେ ୧୩ ଜଣଙ୍କୁ ଫଲୋ କରୁଥିବା କୁହାଯାଉଛି । ହ୍ୱାଇଟ୍‌ ହାଉସ ଫଲୋ କରୁଥିବା ଆକାଉଣ୍ଟଗୁଡ଼ିକ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟ, ସରକାରୀ ଆକାଉଣ୍ଟ ‘ପୋଟୁସ୍’, ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ, ଟ୍ରମ୍ପଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ମେଲାନିଆ, ପେନ୍ସଙ୍କ ପତ୍ନୀ ତଥା ଆମେରିକାର ଦ୍ୱିତୀୟ ମହିଳା ଆଦି ରହିଛନ୍ତି। ସେହିପରି ଭାରତରେ ଥିବା ଆମେରିକା ଦୂତାବାସକୁ ହ୍ୱାଇଟ ହାଉସ ଫଲୋ କରୁଛି।

କିଛି ଦିନ ତଳେ ବିଶ୍ୱର କ୍ଷମତା କେନ୍ଦ୍ର କୁହାଯାଉଥିବା ଆମେରିକାର ହ୍ୱାଇଟ୍‌ ହାଉସ୍‌ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଫଲୋ କରିବା ଆରମ୍ଭ କରିଥିଲା। ଆମେରିକା ନେତୃବୃନ୍ଦଙ୍କ ଅପେକ୍ଷା ହ୍ୱାଇଟ ହାଉସ ଅନ୍ୟମାନଙ୍କୁ ଫଲୋ କରେନାହିଁ । କିନ୍ତୁ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଜେ ଟ୍ୱିଟର ହାଣ୍ଡେଲ କୁ ଫଲୋ କରିବା ଆରମ୍ଭ କରିଥିଲା।

Tags: