ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ନିର୍ବାଚନୀ ସଭାରେ ପ୍ରଶ୍ନ କଲେ ମୋଦି
ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସନ୍ଦେହ ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦି I ଜୁନ ୧ ରେ ରାଜ୍ୟର ୪ର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଆଜି ଉତ୍ତର ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ I ଆଜି ଦିନ ୧ ଟା ବେଳେ ବାରିପଦାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି, ଗତ ବର୍ଷକ ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ […]
ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସନ୍ଦେହ ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦି I ଜୁନ ୧ ରେ ରାଜ୍ୟର ୪ର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଆଜି ଉତ୍ତର ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ I ଆଜି ଦିନ ୧ ଟା ବେଳେ ବାରିପଦାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି, ଗତ ବର୍ଷକ ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ଖରାପ ହୋଇଯାଇଛି। ଏହା କେମିତି ହେଲା? ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ? ଏଥିପାଇଁ କିଏ ଦାୟୀ ? ଏହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ରହିଛି। ବିଜେଡି ଯାହା ଲୁଚାଇବାକୁ ଚାହୁଁଛି, ଭାଜପା ତା’ର ଖୁଲାସା କରିବ। ଏବେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସବୁ କଥା ସାମ୍ନାକୁ ଆସିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ପ୍ରଶ୍ନ ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ଏହାର ଯାଞ୍ଚ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଘୋଷଣା କରିଛନ୍ତି।
ଏହି ନିର୍ବାଚନୀ ସଭାରେ ମୋଦୀ କହିଥିଲେ, ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହେଲା। ନବୀନ ବାବୁ ଏବେ ନିଜେ କିଛି କରିପାରୁ ନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛରେ କିଛି ଷଡ଼ଯନ୍ତ୍ର ବି ହୋଇଥାଇପାରେ ବୋଲି କହୁଛନ୍ତି। ଏହା ଜାଣିବାର ଅଧିକାର ସାରା ଓଡ଼ିଶାବାସୀଙ୍କର ରହିଛି। ଏହା ପଛରେ ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକଙ୍କ ହାତ ରହିଛି କି ? ଏହା ଉପରୁ ପରଦା ହଟିବାର ଆବଶ୍ୟକ। ତେଣୁ ବିଜେପି ସରକାର ଆସିଲେ ଏଥିପାଇଁ ସ୍ପେଶାଲ କମିଟି ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସେହିପରି ମୋଦୀ ଆହୁରି କହିଥିଲେ, ରତ୍ନଭଣ୍ଡାର ଚାବି କୁଆଡେ ଗଲା ତାହା ସାରା ଦେଶ ଜାଣିବାକୁ ଚାହୁଁଛି। ଯାଞ୍ଚ ରିପୋଟରେ କାହାର ନାଁ ଅଛି ତାହା ସବୁଠୁ ବଡ଼ ପ୍ରଶ୍ନ। ବିଜେଡି ଯାହା ଲୁଚାଇବାକୁ ଚାହୁଁଛି ବିଜେପି ତାହାର ଖୁଲାସା କରିବ। ଏବେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ରହିଛନ୍ତି ବୋଲି ମୋଦୀ କହିଥିଲେ।




