ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କର ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ବାସଭବନ ରେ ପହଁଚିଲେ ମୋଦୀ ଓ ରାଜନାଥ

ଆଜି ନଭେମ୍ବର ୮ ତାରିଖ I ବିଜେପିର ବରିଷ୍ଠନେତା ଲାଲକୃଷ୍ଣ ଆଡ଼ଭାନୀଙ୍କର ୯୫ ତମ ଶୁଭ ଜନ୍ମ ଦିନ I ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସକାଳେ ଆଡଭାନୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚି ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ଲାଲକୃଷ୍ଣ ଆଡଭାନୀଙ୍କ ଘରେ ରହିଥିଲେ। ମୋଦି ଏହି ସମୟରେ ଆଡଭାନୀଙ୍କଠାରୁ ଆର୍ଶୀବାଦ ମଧ୍ୟ ନେଇଥିଲେ। ଆଡଭାନୀଙ୍କ ଜନ୍ମଦିନରେ ମୋଦି ତାଙ୍କୁ ପ୍ରତି […]

Samaya Live Picture
Published On

ଆଜି ନଭେମ୍ବର ୮ ତାରିଖ I ବିଜେପିର ବରିଷ୍ଠନେତା ଲାଲକୃଷ୍ଣ ଆଡ଼ଭାନୀଙ୍କର ୯୫ ତମ ଶୁଭ ଜନ୍ମ ଦିନ I ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସକାଳେ ଆଡଭାନୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚି ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ଲାଲକୃଷ୍ଣ ଆଡଭାନୀଙ୍କ ଘରେ ରହିଥିଲେ। ମୋଦି ଏହି ସମୟରେ ଆଡଭାନୀଙ୍କଠାରୁ ଆର୍ଶୀବାଦ ମଧ୍ୟ ନେଇଥିଲେ। ଆଡଭାନୀଙ୍କ ଜନ୍ମଦିନରେ ମୋଦି ତାଙ୍କୁ ପ୍ରତି ବର୍ଷ ଶୁଭେଚ୍ଛା ଦେବାକୁ ଯାଇଥାନ୍ତି ଓ ଆର୍ଶୀବାଦ ମଧ୍ୟ ନେଇଥାନ୍ତି। ଏହା ସହିତ ଆଡଭାନୀଙ୍କ ଘରେ ପହଞ୍ଚି ସୋସିଆଲ ମିଡିଆରେ ତାଙ୍କ ସହ ହୋଇଥିବା ସାକ୍ଷାତର ଫଟୋ ଉଠାଇଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ବିଟ୍‌ କରି କହିଛନ୍ତି, ଶ୍ରଦ୍ଧେୟ ଲାଲକୃଷ୍ଣ ଆଡଭାନୀ ଜୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଅନେକ ଅଭିନନ୍ଦନ। ତାଙ୍କୁ ଭାରତର ପ୍ରଭାବଶାଳୀ ନେତାଙ୍କ ଭାବରେ ଜଣାଯାଏ। ଦେଶ, ସମାଜ ଓ ଦଳର ବିକାଶ ଯାତ୍ରାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ମୁଁ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ ହେବାର କାମନା କରୁଛି।

ସେହିପରି ବର୍ତ୍ତମାନ ମସ୍କୋ ଗସ୍ତରେ ଯାଇଥିବା ଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟରରେ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଦେଶ ପାଇଁ ତାଙ୍କର ଅନେକ ଅବଦାନ ଏବଂ ସେବା ଆମକୁ ସର୍ବଦା ପ୍ରେରଣା ଯୋଗାଇବ। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଆଡଭାନୀଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ‘ସମ୍ମାନିତ ଏଲ.କେ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଗୋଟିଏ ପଟେ ଆଡଭାନୀ ଜୀ ନିଜର ନିରନ୍ତର ପରିଶ୍ରମ ସହିତ ସମଗ୍ର ଦେଶରେ ସଂଗଠନକୁ ମଜବୁତ କରିଥିବାବେଳେ ଅନ୍ୟପକ୍ଷରେ ସରକାରରେ ଥିବାବେଳେ ଦେଶର ବିକାଶରେ ଅମୂଲ୍ୟ ଅବଦାନ ରହିଛି। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ନିରାମୟ ଜୀବନ ପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି I