ରାଜ୍ୟରେ ୧୨ ଟି ସ୍ଥାନରେ ହେବ ମକଡ୍ରିଲ

ଭୁବନେଶ୍ୱର : ବିପତ୍ତି ସମୟରେ କେମିତି କରିବେ ଆତ୍ମରକ୍ଷା । ଏନେଇ ହେବ ମକ ଡ୍ରିଲ । ଓଡ଼ିଶାରେ ୧୨ ଟି ସ୍ଥାନରେ ହେବ ମକଡ୍ରିଲ । ସାଧାରଣ ଜନତାଙ୍କ ସହ ମକଡ୍ରିଲରେ ଛତ୍ରଛାତ୍ରୀଂକୁ ସାମିଲ କରାଯିବ । ଏନେଇ ଗତକାଲି ନିର୍ଦେଶ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରଣାଳୟ । ନାଗରିକଙ୍କ ସୁରକ୍ଷା ପାଇଁ ୭ ମେ ରେ ମକଡ୍ରିଲ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଏଥିପାଇଁ ଆସନ୍ତା କାଲି ପ୍ରଥମେ ୯ ଟି ସ୍ଥାନରେ ଯଥା,ଧାମରା, […]

ରାଜ୍ୟରେ ୧୨ ଟି ସ୍ଥାନରେ ହେବ ମକଡ୍ରିଲ
Samaya Live Picture
Published On

ଭୁବନେଶ୍ୱର : ବିପତ୍ତି ସମୟରେ କେମିତି କରିବେ ଆତ୍ମରକ୍ଷା । ଏନେଇ ହେବ ମକ ଡ୍ରିଲ । ଓଡ଼ିଶାରେ ୧୨ ଟି ସ୍ଥାନରେ ହେବ ମକଡ୍ରିଲ । ସାଧାରଣ ଜନତାଙ୍କ ସହ ମକଡ୍ରିଲରେ ଛତ୍ରଛାତ୍ରୀଂକୁ ସାମିଲ କରାଯିବ । ଏନେଇ ଗତକାଲି ନିର୍ଦେଶ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରଣାଳୟ ।

ନାଗରିକଙ୍କ ସୁରକ୍ଷା ପାଇଁ ୭ ମେ ରେ ମକଡ୍ରିଲ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଏଥିପାଇଁ ଆସନ୍ତା କାଲି ପ୍ରଥମେ ୯ ଟି ସ୍ଥାନରେ ଯଥା,ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ଗୋପାଳପୁର, ପାରଦୀପରେ ମକ୍‌ଡ୍ରିଲ୍ ହେବାର ସୂଚନା ରହିଛି। ସେହିପରି ଅନ୍ୟ ୩ ଟି ସମ୍ବେଦନଶୀଳ ସ୍ଥାନରେ ବି ହୋଇପାରେ ମକ୍‌ଡ୍ରିଲ୍‌ । ୧୯୭୧ ପରେ ଏହା ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଏପରି ନିର୍ଦ୍ଦେଶ ଜାରି କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ଜରୁରୀକାଳୀନ ପରିସ୍ଥିତିରେ ଜନସାଧାରଣ କିପରି ନିଜର ସୁରକ୍ଷା କରିବେ,ସେ ନେଇ ମକଡ୍ରିଲ ପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା ।

ଆସନ୍ତାକାଲି ଅପରାହ୍ନ ୪ଟାରେ ବାଜିବ ମକ୍‌ ଡ୍ରିଲ୍‌ ସାଇରନ୍‌ । ଆକାଶରୁ ହମଲା ହେଲେ କେମିତି ସାଇରନ୍ ବାଜିବ, ତାର ପୂର୍ବାଭ୍ୟାସ କରାଯିବ । ପ୍ରାୟ ୫ ମିନିଟ୍ ଧରି ସାଇରନ୍ ବାଜିବା ପରେ ମକଡ୍ରିଲ ଆରମ୍ଭ ହେବ । ପୁଣି ସାଇରନ୍ ବାଜିଲେ ମକଡ୍ରିଲ୍ ସରିଲା ବୋଲି ଜଣାଇଦିଆଯିବ । ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।

ଆସନ୍ତାକାଲିଠୁ ପର୍ଯ୍ୟାୟକ୍ରମେ ସପ୍ତାହେ ଧରି ମକଡ୍ରିଲ କାର୍ଯ୍ୟକ୍ରମ ଚାଲିବ । କାଲି ଉପକୂଳବର୍ତ୍ତୀ ଜିଲ୍ଲା, ସହରାଞ୍ଚଳରେ ହେବ ମକଡ୍ରିଲ୍ । ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ମକଡ୍ରିଲ ମାଧ୍ୟମରେ ସାଧାରଣ ଲୋକଙ୍କୁ ଅବଗତ କରାଯିବ । ଏହି ସମୟରେ ସାଧାରଣତଃ କଂକ୍ରିଟ୍ ଛାତ ତଳେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯିବ । ବସ୍ତି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଯୋଜନା ହେବ ବୋଲି ଅଗ୍ନିଶମ ଡିଜି କହିଛନ୍ତି । ମାଷ୍ଟର କାଲି ହେବାକୁ ଥିବା ମକଡ୍ରିଲ ପାଇଁ ପ୍ରସ୍ତୁତ ଅଛି OSDMA ( ଓଡିଶା ଷ୍ଟେଟ ଡ଼ିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି) । କୌଣସି ଲୋକଙ୍କୁ ମକ୍ ଡ୍ରିଲ୍ ପାଇଁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ସେ କହିଛନ୍ତି ।

ମକଡ୍ରିଲ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନଗୁଡିକ କାଟାଗୋରି ଅନୁସାରେ ଭାଗ କରାଯାଇଛି । ତାଳଚେର, ବାଲେଶ୍ବର, କୋରାପୁଟ, ଭୁବନେଶ୍ବର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ୧୨ଟି ସ୍ଥାନରେ ଏହି ମକଡ୍ରିଲ କରାଯିବ । ତେବେ କାଟାଗୋରି-୧ରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ସହର ମଧ୍ୟରେ ତାଳଚେର ଥିବାବେଳେ କାଟାଗୋରି-୨ ରେ ବାଲେଶ୍ବର, କୋରାପୁଟ, ଭୁବନେଶ୍ବର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା ରହିଛି । ସେହିପରି କାଟାଗୋରି-୩ ରେ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ରହିଛି । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଚାଲିଥିବା ବୈଠକ ଶେଷ ହୋଇଛି ।

ସୂଚନାନୁସାରେ,ଜମ୍ମୁ କଶ୍ମୀରର ପହଲଗାମରେ ଗତ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା ।

Tags: