କୋଭିଡ ପାଇଁ ଆରମ୍ଭ ହେବ ମକ ଡ୍ରିଲ : କେନ୍ଦ୍ର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: କୋଭିଡ ସ୍ଥିତିକୁ ନେଇ କରାଯିବ ମକଡ୍ରିଲ। ଏପ୍ରିଲ ୧୦ ଓ ୧୧ ଦୁଇ ଦିନ ଧରି ସାରା ଦେଶରେ ହେବ ମକଡ୍ରିଲ I କୋଭିଡ ମୁକାବିଲା ପ୍ରସ୍ତୁତି ନେଇ ମକଡ୍ରିଲ କରାଯିବ । ଏବେ ନୂଆ କୋଭିଡ ର ନୂଆ ନୂଆ ଭାରିଆଣ୍ଟ ଆସୁଛି I ଏହାକୁ ଧ୍ୟାନରେ ରଖି ଦୁଇ ଦିନ ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ । ଏପ୍ରିଲ ୧୦ ଓ ୧୧ ତାରିଖରେ […]
ଭୁବନେଶ୍ବର: କୋଭିଡ ସ୍ଥିତିକୁ ନେଇ କରାଯିବ ମକଡ୍ରିଲ। ଏପ୍ରିଲ ୧୦ ଓ ୧୧ ଦୁଇ ଦିନ ଧରି ସାରା ଦେଶରେ ହେବ ମକଡ୍ରିଲ I କୋଭିଡ ମୁକାବିଲା ପ୍ରସ୍ତୁତି ନେଇ ମକଡ୍ରିଲ କରାଯିବ । ଏବେ ନୂଆ କୋଭିଡ ର ନୂଆ ନୂଆ ଭାରିଆଣ୍ଟ ଆସୁଛି I ଏହାକୁ ଧ୍ୟାନରେ ରଖି ଦୁଇ ଦିନ ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ । ଏପ୍ରିଲ ୧୦ ଓ ୧୧ ତାରିଖରେ ଦେଶବ୍ୟାପୀ ସବୁ ହସ୍ପିଟାଲରେ ମକ୍ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ।
ସେହିପରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ସମଗ୍ର ଦେଶରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି। କେନ୍ଦ୍ର ସରକାର କୋଭିଡ ସଂଖ୍ୟାକୁ ନେଇ ଏକ ନୂଆ ଆଡ଼ଭାଇଜରି ଜାରି କରିଛନ୍ତି। ଆମକୁ କଡାକଡି ନିୟମ ପାଳନ କରିବାକୁ ପଡ଼ିବ।
ଆମ ରାଜ୍ୟରେ ମାସେ ଭିତରେ ପିକ ଆସିପାରେ। ଆମେ କିଭଳି ପ୍ରସ୍ତୁତ ରହିଛନ୍ତି ସେଥିପାଇଁ ମକଡ୍ରିଲ କରାଯିବାକୁ କୁହାଯାଇଛି। କ୍ୟାପିଟାଲ ହସ୍ପିଟାଲ ଡାକ୍ତର , ପାରାମେଡିକସ , ବିଭାଗୀୟ ମୁଖ୍ୟଙ୍କ ଭଳି ସମସ୍ତ ଲୋକେ ଏହି ଡ୍ରିଲରେ ରହିବେ। କ୍ୟାପିଟାଲ ହସ୍ପିଟାଲ ମଧ୍ୟ ପ୍ରସ୍ତୁତ ଅଛି। ଯେହେତୁ କୋଭିଡ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବେଡର ବ୍ୟବସ୍ଥା ନାହିଁ, ତଥାପି ଆସୁଥିବା କୋଭିଡ ରୋଗୀଙ୍କର କିଭଳି ଚିକିତ୍ସା କରାଯାଇପାରିବ ସେନେଇ କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ ଅଛି। ପୂର୍ବପରି ଟେଷ୍ଟିଂ ବର୍ତ୍ତମାନ ମଧ୍ୟ ଚାଲିଛି। କୋଭିଡ ପରୀକ୍ଷା ପାଇଁ ଏତେ ଲୋକ ଏବେ ଆସିନାହାନ୍ତି। ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରାଯିବ। ଟିକାକରଣ ଏବେ ବନ୍ଦ ଅଛି, ନିର୍ଦ୍ଦେଶ ଆସିଲେ ପୁଣି ଏହା ଆରମ୍ଭ କରାଯିବ I
ଏପ୍ରିଲ ମାସର ପ୍ରଥମ ୩ ଦିନ ଦୈନିକ ସଂକ୍ରମଣ ୩ ହଜାର ଥିଲା। ଏହା ପରେ ପ୍ରତିଦିନ ନୂଆ କେସ୍ ବଢ଼ିଚାଲିଛି। ସଂକ୍ରମଣ ବଢ଼ିବାରୁ ମୁକାବଲା ଚିନ୍ତା ବଢ଼ିଛି। ଦେଶରେ ଚତୁର୍ଥ ଲହର ଆସିବାର ଆଶଂକା ପ୍ରକାଶ ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କଟକଣା ବଢାଇଲେଣି ବିଭିନ୍ନ ରାଜ୍ୟ । ସଂକ୍ରମଣ ବୃଦ୍ଧିକୁ ନେଇ କିଛି ରାଜ୍ୟ ପୁଣି ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି ।




