ବିଧାନସଭାକୁ ମୋବାଇଲ ,ପାଣି ବୋତଲ ମନା

ଭୁବନେଶ୍ୱର : ବିଧାୟକଙ୍କ ପାଇଁ ଲାଗିଲା କଟକଣା। ବିଧାନସଭା ଭିତରକୁ ନେଇପାରିବେ ନାହିଁ ମୋବାଇଲ ଓ ପାଣି ବୋତଲ । ଏ ନେଇ ଗୃହରେ ରୋକଠୋକ ଶୁଣାଇଛନ୍ତି ବାଚସ୍ପତି ସୁରମା ପାଢୀ । ଗୃହରେ ଜଣେ ବିଧାୟକ ଫଟୋ ଉଠାଇଥିବା ଦେଖିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଏଣିକି କୌଣସି ବିଧାୟକ କିମ୍ବା ମନ୍ତ୍ରୀ ବିଧାନସଭା ଗୃହ ମଧ୍ୟକୁ ମୋବାଇଲ ନେଇ ଯାଇପାରିବେ ନାହିଁ । କେବଳ ମୋବାଇଲ ଫୋନ ନୁହେଁ ବିଧାୟକ ମାନେ […]

Samaya Live Picture
Published On

ଭୁବନେଶ୍ୱର : ବିଧାୟକଙ୍କ ପାଇଁ ଲାଗିଲା କଟକଣା। ବିଧାନସଭା ଭିତରକୁ ନେଇପାରିବେ ନାହିଁ ମୋବାଇଲ ଓ ପାଣି ବୋତଲ । ଏ ନେଇ ଗୃହରେ ରୋକଠୋକ ଶୁଣାଇଛନ୍ତି ବାଚସ୍ପତି ସୁରମା ପାଢୀ । ଗୃହରେ ଜଣେ ବିଧାୟକ ଫଟୋ ଉଠାଇଥିବା ଦେଖିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଏଣିକି କୌଣସି ବିଧାୟକ କିମ୍ବା ମନ୍ତ୍ରୀ ବିଧାନସଭା ଗୃହ ମଧ୍ୟକୁ ମୋବାଇଲ ନେଇ ଯାଇପାରିବେ ନାହିଁ । କେବଳ ମୋବାଇଲ ଫୋନ ନୁହେଁ ବିଧାୟକ ମାନେ ପାଣି ବୋତଲ ନେଇ ମଧ୍ୟ ବିଧାନସଭା ଭିତରକୁ ଯାଇପାରିବେ ନାହିଁ । ବିଧାନସଭା ବାହାରେ ପିଇବା ପାଣିର ବ୍ୟବସ୍ଥା ରହିଛି। ତେଣୁ ବିଧାନସଭା ଭିତରେ ମୋବାଇଲର ବ୍ୟବହାର ଓ ପାଣି ବୋତଲ ବ୍ୟବହାର କରିବା ଅନୁଚିତ ବୋଲି କହିଛନ୍ତି ବାଚସ୍ପତି।

ସୋର ବିଧାୟକ ଗୃହରେ ଫଟୋ ଉଠାଉଥିବାବେଳେ ଏହାକୁ ବାରଣ କରିବା ସହ ରୋକଠୋକ ଶୁଣାଇଛନ୍ତି ବାଚସ୍ପତି ସୁରମା ପାଢୀ। କେବଳ ସୋର ବିଧାୟକ ନୁହନ୍ତି ଅନେକ ବିଧାୟକ ମୋବାଇଲରେ କଥା ହେଉଥିବା ନଜିର ରହିଛି ।

ସୂଚନାନୁସାରେ,ବିଧାନସଭା ଭିତରେ ଗୃହକାର୍ଯ୍ୟକୁ ବିଭିନ୍ନ ବିଧାୟକମାନେ ମୋବାଇଲରେ ରେକର୍ଡ଼ିଂ କରି ସୋସିଆଲ ସାଇଟରେ ପୋଷ୍ଟ କରୁଥିବାର ଦେଖାଯାଉଥିଲା I ଏହାକୁ ନେଇ ଏହା ପୂର୍ବରୁ ଅନ୍ଧ୍ର ବିଧାନସଭା ବାଚସ୍ପତି ଗୃହ ମଧ୍ୟକୁ ମୋବାଇଲ ଫୋନ ବାରଣ କରିଥିଲେ । ସେହିପରି ୟୁପି ବାଚସ୍ପତି ମଧ୍ୟ ୨୦୨୩ରେ ଗୃହରେ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଇଥିଲେ।

Tags: