ଯାଞ୍ଚ ହେବ ସ୍ୱାମୀ-ସ୍ତ୍ରୀଙ୍କ ମୋବାଇଲ
ଭୁବନେଶ୍ୱର : ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ମାମଲା । ଫୋରେନସିକ ପରୀକ୍ଷାଗାରକୁ ପଠାଯିବ ମଧୁମିତା ଏବଂ ସ୍ୱାମୀ ଶ୍ରୀଧରଙ୍କ ମୋବାଇଲ । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତନାଘନା କରୁଛି ପୋଲିସ । ମଧୁମିତା ଏବଂ ଶ୍ରୀଧରଙ୍କ ମଧ୍ୟରେ ଦୂରତା ସୃଷ୍ଟିର କାରଣ ସାଜିଥିବା ମଧୁମିତାଙ୍କ ସାଙ୍ଗ କିଏ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ମଧୁମିତାଙ୍କ ସାଙ୍ଗଙ୍କ ସହିତ ଶ୍ରୀଧରଙ୍କ ପ୍ରେମସମ୍ପର୍କ ଥିଲା ବୋଲି ମଧୁମିତାଙ୍କ ଭଉଣୀ ପୁଲିସକୁ […]
ଭୁବନେଶ୍ୱର : ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ମାମଲା । ଫୋରେନସିକ ପରୀକ୍ଷାଗାରକୁ ପଠାଯିବ ମଧୁମିତା ଏବଂ ସ୍ୱାମୀ ଶ୍ରୀଧରଙ୍କ ମୋବାଇଲ । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତନାଘନା କରୁଛି ପୋଲିସ । ମଧୁମିତା ଏବଂ ଶ୍ରୀଧରଙ୍କ ମଧ୍ୟରେ ଦୂରତା ସୃଷ୍ଟିର କାରଣ ସାଜିଥିବା ମଧୁମିତାଙ୍କ ସାଙ୍ଗ କିଏ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ମଧୁମିତାଙ୍କ ସାଙ୍ଗଙ୍କ ସହିତ ଶ୍ରୀଧରଙ୍କ ପ୍ରେମସମ୍ପର୍କ ଥିଲା ବୋଲି ମଧୁମିତାଙ୍କ ଭଉଣୀ ପୁଲିସକୁ ସୂଚନା ଦେଇଥିଲେ। ୨୩ ତାରିଖ ଦିନ ଅଭିଯୁକ୍ତ ସ୍ଵାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ।
ଅନ୍ୟପଟେ ଶ୍ରୀଧର ବାୟୁସେନାରେ ଚାକିରି କରିଥିବାରୁ ତାଙ୍କୁ ଗିରଫ କରାଯିବା ପରେ ବାୟୁସେନା ପକ୍ଷରୁ ଶ୍ରୀଧର ଏବଂ ଏହି ମାମଲା ବିଷୟରେ ତଥ୍ୟ ଲୋଡ଼ାଯାଇଛି। ବାୟୁସେନା ଅଧିକାରୀ ଭୁବନେଶ୍ଵର କମିଶନରେଟ ପୁଲିସଠାରୁ ଏ ସମ୍ପର୍କିତ ତଥ୍ୟ ନେଇଛନ୍ତି ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ଗତ ୨୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵରର ଏକ ଓ୍ବେବ ଚ୍ୟାନେଲରେ କାର୍ଯ୍ୟ କରୁଥିବା ସାମ୍ବାଦିକା ମଧୁମିତା ପରିଡ଼ା ବାପୁଜୀନଗର ରେଳ ଧାରଣାକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଏକ ଲାଇଭ ଭିଡିଓରେ ନିଜ ମୃତ୍ୟୁ ପାଇଁ ସ୍ଵାମୀ ଶ୍ରୀଧରଙ୍କୁ ଦାୟୀ କରିଥିଲେ। ଦୁଇ ଜଣଙ୍କ ମଧ୍ୟରେ ମନୋମାଳିନ୍ୟ ଚାଲିଥିବା କଥା ସେ ଭିଡିଓରେ କାନ୍ଦି କାନ୍ଦି କହୁଥିଲେ ଏବଂ ତାଙ୍କ ମା’ଙ୍କୁ ବାରମ୍ବାର କ୍ଷମା ମାଗୁଥିବାର ଦେଖା ଯାଇଥିଲା । ଗତ ମାର୍ଚ୍ଚ ୧ ତାରିଖରେ ମଧୁମିତା ଶ୍ରୀଧରଙ୍କୁ ପ୍ରେମ ବିବାହ କରିଥିବାବେଳେ ଶ୍ରୀଧର କିପରି ତାଙ୍କ ସହିତ ପ୍ରତାରଣା କରି ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କ ରଖୁଥିଲେ ସେ ନେଇ ମଧୁମିତା ଭିଡିଓରେ ଜଣାଇଥିଲେ।




