ମନ୍ଦିର ପରିସରରେ ମୋବାଇଲ ନେଷେଧ ,ଶ୍ରୀ ମନ୍ଦିର ଚାରିପଟେ ଲାଗିଲା ପୋଷ୍ଟର

ପୁରୀ : ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ପରେ ପୁରୀ ପୁଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଛି ପୁରୀ ପୁଲିସ୍। ଏପରିକି ମନ୍ଦିର ପରିସରରେ ମୋବାଇଲ ଫୋନ୍ ମଧ୍ୟ ନିଷେଧ କରାଯାଇଛି। ନିୟମ ଉଲଂଘନକାରୀଙ୍କୁ ଦଣ୍ଡିତ କରାଯିବା ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ସେପଟେ ପୁରୀ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୁରୀ ପୋଲିସ ଘଟଣାର ତଦନ୍ତ କରୁଥିବା କହିଛନ୍ତି […]

Samaya Live Picture
Published On

ପୁରୀ : ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ପରେ ପୁରୀ ପୁଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଛି ପୁରୀ ପୁଲିସ୍। ଏପରିକି ମନ୍ଦିର ପରିସରରେ ମୋବାଇଲ ଫୋନ୍ ମଧ୍ୟ ନିଷେଧ କରାଯାଇଛି। ନିୟମ ଉଲଂଘନକାରୀଙ୍କୁ ଦଣ୍ଡିତ କରାଯିବା ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

ସେପଟେ ପୁରୀ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୁରୀ ପୋଲିସ ଘଟଣାର ତଦନ୍ତ କରୁଥିବା କହିଛନ୍ତି ପୁରୀ ଏସପି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଗତକାଲି ଶ୍ରୀ ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଡ୍ରୋନ ଉଡାଉଥିବା ବେଳେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଡ୍ରୋନ ଜବତ କରାଯାଇଛି l ମନ୍ଦିର ଭିତରେ ମୋବାଇଲ କିମ୍ବା କ୍ୟାମେରା ବ୍ୟବହାର ନ କରିବା ଲାଗି ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି ଏସପି ।

ସୂଚନାନୁସାରେ,ଜାନୁଆରୀ ୧୯ ତାରିଖରେ ଶ୍ରୀମନ୍ଦିରର ଗର୍ଭଗୃହର ସମ୍ବେଦନଶୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବା ଦେଖିବାକୁ ମିଳିଥିଲା । ବୃନ୍ଦାବନର ଜଣେ ବ୍ୟକ୍ତି ବାଙ୍କ ବିହାରୀ ଅନନ୍ତ ଇନଷ୍ଟାଗ୍ରାମ ଓ ଫେସବୁକ୍‌ରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ପ୍ରଘଟ କରିଥିଲେ। ଭାଇରାଲ ଭିଡିଓରେ ରତ୍ନ ସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା। ଯାହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବର୍ତ୍ତମାନ ପୁଲିସ୍ ଏ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Tags: