କାନ୍ଥଭାଙ୍ଗି କୋଟିଏ ଟଙ୍କାର ମୋବାଇଲ ଲୁଟ
ବଲାଙ୍ଗୀର : କାନ୍ଥ ଭାଙ୍ଗି ଲୁଟିନେଲେ କୋଟିଏରୁ ଉର୍ଧ୍ଵ ଟଙ୍କାର ମୋବାଇଲ ଫୋନ । ମାଲକାନଗିରି ସହର ଭିତରେ ଥିବା ଓମ ମୋବାଇଲ କେୟାର ଭିତରୁ ପ୍ରାୟ ଦେଢ କୋଟି ଟଙ୍କାର ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଅନେକ ଦାମୀ ମୋବାଇଲ୍ ରହିଥିବା ସୂଚନା ମିଳିଛି । ସିସିଟିଭି କ୍ୟାମେରାରେ ଚୋରି ବେଳର ସଂପୂର୍ଣ୍ଣ ଭିଡିଓ ରେକର୍ଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ଲଗାଇ କାନ୍ଥ […]
ବଲାଙ୍ଗୀର : କାନ୍ଥ ଭାଙ୍ଗି ଲୁଟିନେଲେ କୋଟିଏରୁ ଉର୍ଧ୍ଵ ଟଙ୍କାର ମୋବାଇଲ ଫୋନ । ମାଲକାନଗିରି ସହର ଭିତରେ ଥିବା ଓମ ମୋବାଇଲ କେୟାର ଭିତରୁ ପ୍ରାୟ ଦେଢ କୋଟି ଟଙ୍କାର ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଅନେକ ଦାମୀ ମୋବାଇଲ୍ ରହିଥିବା ସୂଚନା ମିଳିଛି ।
ସିସିଟିଭି କ୍ୟାମେରାରେ ଚୋରି ବେଳର ସଂପୂର୍ଣ୍ଣ ଭିଡିଓ ରେକର୍ଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗି ଦୋକାନ ଭିତରେ ପଶି ଲୁଟପାଟ କରିଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ତେବେ ଲୁଟେରାମାନେ ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡ଼ରେ ଫିଙ୍ଗି ଦେଇଛନ୍ତି । ଏହାବାଦ୍ ଅନ୍ୟ ସବୁ ମୋବାଇଲ୍ର ଖୋଳ ଦୋକାନ ସାମ୍ନାରେ ଥିବା ଏକ ନିଛାଟିଆ ଜଙ୍ଗଲରେ ପକାଇ ସମସ୍ତ ମୋବାଇଲ ନେଇ ଫେରାର ମାରିଛନ୍ତି । ସମସ୍ତ ପ୍ୟାକେଟ୍କୁ ଜବତ କରି ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି ।




