‘ମୋ ଘର’ ଯୋଜନା,ଆଜିଠୁ କରନ୍ତୁ ଆବେଦନ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନା ପାଇଁ ଆବେଦନ ପ୍ରକ୍ରିୟା । ପ୍ରତି ପଞ୍ଚାୟତ, ବ୍ଲକ ଓ ମୋ-ସେବା କେନ୍ଦ୍ରରେ ହିତାଧିକାରୀ ଏହି ଯୋଜନା ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ତଥ୍ୟ ଅନୁଧ୍ୟାନ କରାଯିବା ପରେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ ଓ ସରକାର ଧାର୍ଯ୍ୟ କରିଥିବା ଅର୍ଥ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଆବେଦନକାରୀଙ୍କ ଡକୁମେଣ୍ଟକୁ ବ୍ଲକ ପ୍ରଶାସନ ଦ୍ବାରା ଯାଞ୍ଚ ପରେ ରାଜ୍ୟ […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନା ପାଇଁ ଆବେଦନ ପ୍ରକ୍ରିୟା । ପ୍ରତି ପଞ୍ଚାୟତ, ବ୍ଲକ ଓ ମୋ-ସେବା କେନ୍ଦ୍ରରେ ହିତାଧିକାରୀ ଏହି ଯୋଜନା ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ତଥ୍ୟ ଅନୁଧ୍ୟାନ କରାଯିବା ପରେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ ଓ ସରକାର ଧାର୍ଯ୍ୟ କରିଥିବା ଅର୍ଥ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ଆବେଦନକାରୀଙ୍କ ଡକୁମେଣ୍ଟକୁ ବ୍ଲକ ପ୍ରଶାସନ ଦ୍ବାରା ଯାଞ୍ଚ ପରେ ରାଜ୍ୟ ସରକାର ବ୍ୟାଙ୍କ ମାଧ୍ୟମରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବେ। ଯେଉଁମାନଙ୍କର ଘର ନିର୍ମାଣରେ ଅର୍ଥ ବାଧକ ସାଜିଛି ସେମାନଙ୍କୁ ଛାତ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ମିଳିବ। ଏଥିପାଇଁ ‌ହିତାଧିକାରୀଙ୍କୁ rhodisha.gov.in/moghara ୱେବସାଇଟ୍‌ରେ ଆବେଦନ କରିବାକୁ କୁହାଯାଇଛି।

ଆବେଦନକାରୀଙ୍କୁ ଆଧାରକାର୍ଡ, ପାସପୋର୍ଟ ଫଟୋ, କେୱାଇସି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ। ଏହାସହିତ ଆୟ ପ୍ରମାଣ ପତ୍ର ମଧ୍ୟ ଦେବାକୁ ପଡ଼ିବ। ଯେଉଁମାନଙ୍କର କଚ୍ଚା ଘର ଥିବ କିମ୍ୱା ଗୋଟିଏ କୋଠରୀ ବାଲା ପକ୍କା ଘର ଥିବ, ସେହି ପରିବାରର ଆୟ ମାସିକ ୨୫ ହଜାରରୁ କମ୍‌‌ ଟଙ୍କା ହୋଇଥିଲେ ସେମାନେ ଏହି ଯୋଜନାର ଲାଭ ପାଇଁ ଆବେଦନ କରିପାରିବେ। ତେବେ ଘର ନିର୍ମାଣ ପାଇଁ ପୂର୍ବରୁ ୭୦ ହଜାରରୁ ଅଧିକ ଟଙ୍କା ସରକାରୀ ସହାୟତା ପାଇଥିଲେ ମୋ ଘର ଯୋଜନାରେ ସାମିଲ କରାଯିବ ନାହିଁ।
ଏହାଛଡା ‘ମୋ ଘର’ ଯୋଜନା ଅନୁଯାୟୀ, ଯଦି ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଙ୍କ୍ରିଟ ଛାତ ଘରେ ବାସ କରୁଥିବେ, ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ, ୫ଏକର ଜଳସେଚିତ କିମ୍ବା ୧୫ଏକର ଅଣଜଳସେଚିତ ଜମିରୁ କମ୍‌ ଥିବ ତେବେ ଏହି ଯୋଜନାରେ ଋଣ ଓ ସବ୍‌ସିଡି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଏହି ସବ୍‌ସିଡି ଦେବେ। ଏଥିପାଇଁ ଦୁଇ ବର୍ଷରେ ପ୍ରାୟ ୪ଲକ୍ଷ ହିତାଧିକାରୀଙ୍କ ପାଇଁ ୨୧୫୦କୋଟି ଟଙ୍କାର ଆର୍ଥିକ ବ୍ୟୟ ଆକଳନ କରାଯାଇଛି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କୁ ମିଳିଥିବା ୯ଲକ୍ଷ ୫୯ହଜାର ୫୧୮ଟି ଘର ଆବଣ୍ଟନ ନେଇ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିନଥିବାରୁ ଗ୍ରାମାଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।

Tags: