ଭୁବନେଶ୍ୱର ବିମାନ ବନ୍ଦରରୁ କଟକ-ପୁରୀ ମଧ୍ୟରେ ମୋ ବସ ସେବା ଆରମ୍ଭ

ଭୂବନେଶ୍ୱର : କଟକ ପୁରୀ ମଧ୍ୟରେ ଆରମ୍ଭ ହେଲା ମୋ ବସ ସେବା I ଭୂବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିିିଏନ୍‌ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି । ବିମାନବନ୍ଦରରୁ ପୁରୀ ବସ୍‌‌ଷ୍ଟାଣ୍ଡ୍‌‌ ପର୍ଯ୍ୟନ୍ତ ଟିକେଟ ମୂଲ୍ୟ ୨୦୦ ଟଙ୍କା ଓ କଟକ ନେତାଜୀ ବସ୍‌‌ ଟର୍ମିନାଲ ପର୍ଯ୍ୟନ୍ତ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରର ୪ର୍ଥ […]

Samaya Live Picture
Published On

ଭୂବନେଶ୍ୱର : କଟକ ପୁରୀ ମଧ୍ୟରେ ଆରମ୍ଭ ହେଲା ମୋ ବସ ସେବା I ଭୂବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିିିଏନ୍‌ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି । ବିମାନବନ୍ଦରରୁ ପୁରୀ ବସ୍‌‌ଷ୍ଟାଣ୍ଡ୍‌‌ ପର୍ଯ୍ୟନ୍ତ ଟିକେଟ ମୂଲ୍ୟ ୨୦୦ ଟଙ୍କା ଓ କଟକ ନେତାଜୀ ବସ୍‌‌ ଟର୍ମିନାଲ ପର୍ଯ୍ୟନ୍ତ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରର ୪ର୍ଥ ଲେନ୍‌‌ରେ ଉପଲବ୍ଧ ଥିବା ‘ମୋ ବସ୍‌‌’ ଯୋଗେ ଯାତ୍ରୀମାନେ ସିଧାସଳଖ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ। ବିମାନବନ୍ଦର ଯୋଗେ ଆସୁଥିବା ଯାତ୍ରୀମାନଙ୍କୁ ଏକ ନିରାପଦ ଯାତ୍ରାର ଅନୁଭୂତି ଦେବା ପାଇଁ ଏହି ବସ ସେବା ଆରମ୍ଭ ହୋଇଛି I

“ମୋ ବସ୍ ସବୁବର୍ଗର ଲୋକମାନଙ୍କ ଉଦ୍ଦିଷ୍ଟ ଏକ ଯାତାୟତ ସେବା । ଏହି ଆନ୍ତଃ ସହରାଞ୍ଚଳ ପରିବହନ ପଦକ୍ଷେପ ଯାତ୍ରୀଙ୍କ ଆତ୍ମବିଶ୍ୱାସକୁ ଆହୁରି ବୃଦ୍ଧି କରିବା ସହିତ ଏକ ସହଜ ଓ ସୁଲଭ ଯାତ୍ରାର ଅନୁଭୂତି ନେଇ ସଠିକ୍ ସମୟରେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ ବୋଲି କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ତଥା ଭାରତୀୟ ପୁଲିସ୍ ସେବା ଅଧିକାରୀ ଅରୁଣ ବୋଥ୍ରା ଜଣାଇଛନ୍ତି ।”

Tags: