ଜଳିଗଲା ଚଳନ୍ତା ମୋ ବସ
ରାଉରକେଲା : ଚଳନ୍ତା ମୋ ବସରେ ନିଆଁ I ବସଟି ରାଉରକେଲା ରୁ ବେଦବ୍ୟାସ ଯାଉଥିବା ସମୟରେ ଟିସିଆଇ ଛକରେ ଏହି ଅଘଟଣ ଘଟିଛି । ତେବେ ବସରେ ବସିଥିବା ଯାତ୍ରୀମାନେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଘଟଣା ପରେ ତୁରନ୍ତ ଦମକଳ ବାହିନୀକୁ ଖବର କରାଯାଇଥିଲା । ତେବେ କେଉଁ କାରଣରୁ ବସ ରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଘଟଣାସ୍ଥଳକୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଦମକଳ ଗାଡ଼ି […]
ରାଉରକେଲା : ଚଳନ୍ତା ମୋ ବସରେ ନିଆଁ I ବସଟି ରାଉରକେଲା ରୁ ବେଦବ୍ୟାସ ଯାଉଥିବା ସମୟରେ ଟିସିଆଇ ଛକରେ ଏହି ଅଘଟଣ ଘଟିଛି । ତେବେ ବସରେ ବସିଥିବା ଯାତ୍ରୀମାନେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଘଟଣା ପରେ ତୁରନ୍ତ ଦମକଳ ବାହିନୀକୁ ଖବର କରାଯାଇଥିଲା । ତେବେ କେଉଁ କାରଣରୁ ବସ ରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଘଟଣାସ୍ଥଳକୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି I ଘଟଣା ସମ୍ପର୍କରେ ଖବର ପାଇ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।




