୮ ମାସ ମଧ୍ୟରେ ୬ ମୁଣ୍ଡ ନେଇଛି ‘ମୋ’ବସ – ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର : ମୋ ବସ ଜନିତ ଦୁର୍ଘଟଣାକୁ ନେଇ ଗୃହରେ ଉଦବେଗ । ୮ ମାସ ମଧ୍ୟରେ ୬ ମୁଣ୍ଡ ନେଇଛି ‘ମୋ’ବସ । ମୋ ବସ ଧକ୍କାରେ କଟକ, ପୁରୀ, ଭୁବନେଶ୍ୱରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ବିଧାନସଭାରେ ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ୨୦୨୪ ଜୁନ୍ ଠାରୁ ଏପର୍ଯ୍ୟନ୍ତ ୧୯ଟି ଦୁର୍ଘଟଣା ଘଟିଛି। ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଥିବା […]
ଭୁବନେଶ୍ୱର : ମୋ ବସ ଜନିତ ଦୁର୍ଘଟଣାକୁ ନେଇ ଗୃହରେ ଉଦବେଗ । ୮ ମାସ ମଧ୍ୟରେ ୬ ମୁଣ୍ଡ ନେଇଛି ‘ମୋ’ବସ । ମୋ ବସ ଧକ୍କାରେ କଟକ, ପୁରୀ, ଭୁବନେଶ୍ୱରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ବିଧାନସଭାରେ ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
୨୦୨୪ ଜୁନ୍ ଠାରୁ ଏପର୍ଯ୍ୟନ୍ତ ୧୯ଟି ଦୁର୍ଘଟଣା ଘଟିଛି। ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। କେବଳ ୨ଟି ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ୫ ହଜାର ଟଙ୍କା ଦିଆଯାଇଛି।
ସେହିପରି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ସହର ଭିତରେ ମୋ ବସ ଗତି କେତେ ରହିବ ବୋଲି ପ୍ରଶ୍ନ ଉଠାଇଥିଲେ । ଏହାର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ ଭୁବନେଶ୍ୱର ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ କ୍ରୁଟ୍ ଦ୍ୱାରା ୩୭୫ଟି ବସ୍ ଚଳାଚଳ କରୁଛି । ଇଲେକ୍ଟ୍ରି ବସ ପାଇଁ ସହର ଭିତରେ ଘଣ୍ଟାପ୍ରତି ବେଗ ୩୫ କିମି ରହିଥିବାବେଳେ, ଡିଜେଲ ବସ୍ ପାଇଁ ୪୦ କିମି ପ୍ରତି ଘଣ୍ଟା ରଖାଯାଇଛି । ଏହାସହ ଜାତୀୟ ରାଜପଥରେ ଚାଲୁଥିବା ୧୬ଟି ବସ୍ ପାଇଁ ୫୦ କିମି ପ୍ରତି ଘଣ୍ଟାରେ ଚାଲିବା ପାଇଁ ଧାର୍ଯ୍ୟ କରାଯାଇଛି ।
ସେହିପରି ଜୁନ୍ ୨୦୨୪ ଠାରୁ ଏଯାବତ୍ କଟକ, ପୁରୀ ଓ ଭୁବନେଶ୍ବରରେ ପରିଚାଳିତ ମୋ ବସ୍ ସେବା ଦ୍ୱାରା ୧୯ଟି ଦୂର୍ଘଟଣା ଘଟିଛି ଯେଉଁଥରେ ୧୮ ଜଣ ଆହତ ଓ ୬ ଜଣ ମୃତ୍ୟୁବରଣ କରିଛନ୍ତି ।
ଦୁର୍ଘଟଣା ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଡିଜେଲ ବସର ସ୍ପିଡ଼ ଲିମିଟ ଘଣ୍ଟା ପ୍ରତି ୪୦ କିଲୋମିଟର ଓଁ ବୈଦୁତିକ ବସର ୩୫ କିଲୋମିଟର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଡାସ ବା ସ୍ୱୟଂକ୍ରିୟ ଚାଳକ ସହାୟକ ବ୍ୟବସ୍ଥା ଲଗାଇବାକୁ ଯୋଜନା କରାଯାଇଛି । ଦୁର୍ଘଟଣାର ସମୀକ୍ଷା ପାଇଁ କମିଟି ଗଠନ ହୋଇଛି ।




