‘ମୋ’ ମୋ ବସର ନାଁ ବଦଳରେ ହୋଇପାରେ ‘ଆମ ବସ୍’
ଭୁବନେଶ୍ୱର :‘ମୋ’ ବସର ନାମ ବଦଳି ହୋଇପାରେ ଆମ ବସ୍ । ମୋ ବସକୁ ଇଲେକ୍ଟ୍ରିକ ବସରେ ପରିଣତ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର I ଆବଶ୍ୟକ ପଡିଲେ ଏହା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ‘ମୋ’ର ଅର୍ଥ ହେଉଛି ଅହଂ ଭାବ, ତେଣୁ ଆମେ ହେଲେ ଭଲ ହେବ । ‘ମୋ’ ବସ ସେବା ଲୋକ ମାନଙ୍କୁ ସୁବିଧା ଯୋଗାଉଥିବା ବେଳେ […]
ଭୁବନେଶ୍ୱର :‘ମୋ’ ବସର ନାମ ବଦଳି ହୋଇପାରେ ଆମ ବସ୍ । ମୋ ବସକୁ ଇଲେକ୍ଟ୍ରିକ ବସରେ ପରିଣତ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର I ଆବଶ୍ୟକ ପଡିଲେ ଏହା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ‘ମୋ’ର ଅର୍ଥ ହେଉଛି ଅହଂ ଭାବ, ତେଣୁ ଆମେ ହେଲେ ଭଲ ହେବ । ‘ମୋ’ ବସ ସେବା ଲୋକ ମାନଙ୍କୁ ସୁବିଧା ଯୋଗାଉଥିବା ବେଳେ ଏହା ଚାଲୁ ରହିବ । ଆବଶ୍ୟକ ପଡିଲେ ବସ୍ ସଂଖ୍ୟା ବଢାଯିବ I ଆଜି ସକାଳେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମାଷ୍ଟରକ୍ୟାଣ୍ଟିନ ଠାରୁ ଗାଢକଣ ପର୍ଯ୍ୟନ୍ତ ଯାତ୍ରା କରିବା ସହ ଯାତ୍ରୀ ମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛିା
ସେହିପରି CRUT ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରା କହିଛନ୍ତି ଗତ ୫ ବର୍ଷ ହେଲା ବସ ସେବା ଉନ୍ନତମାନର ହୋଇଛି I ୪୬୩ ଟି ବସ ଚାଲୁଛି I ତା’ ମଧ୍ୟରୁ ୬୩ ଟି ଇ- ବସ ରହିଛି I ଆଗକୁ ସବୁ ଇ-ବସ ହେବାର ଯୋଜନା ରହିଛି I ପ୍ରଧାନମନ୍ତ୍ରୀ ଇ-ବସ ଯୋଜନାରେ ଓଡ଼ିଶାକୁ ୪୦୦ ବସ୍ ଆସିବାକୁ ଥିବା ବେଳେ ଭୁବନେଶ୍ବର, କଟକ ସମେତ ରାଜ୍ୟର ଅନ୍ୟାନ ସ୍ଥାନରେ ମଧ୍ୟ ଏହି ବସ୍ ଚଳାଚଳ କରିବ I ଇ-ବସ ଡିପୋକୁ ଅଧିକ ଉନ୍ନତମାନର କରାଯିବା ସହିତ ଏହାର ସୁରକ୍ଷା ଉପରେ ଧ୍ୟାନ ଦିଆଯିବ I




