ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ଭୁବନେଶ୍ୱର : ବିଧାୟକଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଗାଡି ଭୁବନେଶ୍ୱର ଖାରବେଳନଗର ଥାନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କ ଗାଡ଼ିକୁ ପଛରୁ ଏକ ଗାଡ଼ି ଧକ୍କା ଦେଇଛି । ଦୁର୍ଘଟଣା ଫଳରେ ବିଧାୟକଙ୍କ ଗାଡ଼ି ପଛ ପଟ ବମ୍ଫର ଭାଙ୍ଗି ଯାଇଛି । ଉଭୟ ଗାଡ଼ିକୁ ଥାନାରେ ଅଟକ ରଖିଛି ପୋଲିସ୍ । ତେବେ ଦୁର୍ଘଟଣା ବେଳେ ବିଧାୟକ ଗାଡ଼ିରେ ଥିଲେ ନା ନାହିଁ ସ୍ପଷ୍ଟ […]
ଭୁବନେଶ୍ୱର : ବିଧାୟକଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଗାଡି ଭୁବନେଶ୍ୱର ଖାରବେଳନଗର ଥାନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କ ଗାଡ଼ିକୁ ପଛରୁ ଏକ ଗାଡ଼ି ଧକ୍କା ଦେଇଛି । ଦୁର୍ଘଟଣା ଫଳରେ ବିଧାୟକଙ୍କ ଗାଡ଼ି ପଛ ପଟ ବମ୍ଫର ଭାଙ୍ଗି ଯାଇଛି । ଉଭୟ ଗାଡ଼ିକୁ ଥାନାରେ ଅଟକ ରଖିଛି ପୋଲିସ୍ । ତେବେ ଦୁର୍ଘଟଣା ବେଳେ ବିଧାୟକ ଗାଡ଼ିରେ ଥିଲେ ନା ନାହିଁ ସ୍ପଷ୍ଟ ହୋଇନାହିଁ । ବିଧାୟକଙ୍କ ଗାଡ଼ିରେ ୪ ରୁ ୫ ଜଣ ଯୁବକ ଥିବାବେଳେ ଦୂର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭରକୁ ମାଡ ମାରିବା ସହ ଧମକ ଚମକ ଦେଉଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।




