ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ବ୍ୟକ୍ତ

ଭୁବନେଶ୍ୱର:ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କର ଆଜି ସକାଳ ୭.୩୫ ରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ରେ ପରଲୋକ ହୋଇଛି I ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ହେଲା କିଡ଼ନୀ ଜନିତ ରୋଗରେ ପୀଡିତ ଥିଲେ I ଗତ ପ୍ରାୟ ଏକମାସ ହେବ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ହେଉଥିଲେ I ତାଙ୍କର ଅକାଳ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, […]

Samaya Live Picture
Published On

ଭୁବନେଶ୍ୱର:ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କର ଆଜି ସକାଳ ୭.୩୫ ରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ରେ ପରଲୋକ ହୋଇଛି I ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ହେଲା କିଡ଼ନୀ ଜନିତ ରୋଗରେ ପୀଡିତ ଥିଲେ I ଗତ ପ୍ରାୟ ଏକମାସ ହେବ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ହେଉଥିଲେ I ତାଙ୍କର ଅକାଳ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ, ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଆନ୍ଧ୍ର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଆଦି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ବିଷ୍ଣୁ ସେଠୀଙ୍କ ବିୟୋଗରେ ରାଜ୍ୟପାଳ ଗଣେଶୀଲାଲ୍‌ ଶୋକ ପ୍ରକାଶ କରିଛନ୍ତି। ବିଷ୍ଣୁ ସେଠୀଙ୍କୁ ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଭାବରେ ବର୍ଣ୍ଣନା କରି ତାଙ୍କ ଅମର ଆତ୍ମାର ସଦଗତତି କାମନା କରିଛନ୍ତି ।

 

ବିଷ୍ଣୁ ସେଠୀଙ୍କ ମୃତ୍ୟୁ ଖବରରେ ଗଭୀର ମର୍ମାହତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଟ୍ୱିଟ ପ୍ରକାଶ କରି ସେ କହିଛନ୍ତି, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

ସେହିପରି ବିଷ୍ଣୁ ସେଠୀଙ୍କ ବିୟୋଗରେ ରାଜ୍ୟପାଳ ଗଣେଶୀଲାଲ୍‌ ଶୋକ ପ୍ରକାଶ କରିଛନ୍ତି। ବିଷ୍ଣୁ ସେଠୀଙ୍କୁ ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଭାବରେ ବର୍ଣ୍ଣନା କରି ତାଙ୍କ ଅମର ଆତ୍ମାର ସଦଗତତି କାମନା କରିଛନ୍ତି ।

 

 

 

ବିଷ୍ଣୁ ସେଠୀଙ୍କ ବିୟୋଗରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ଏନେଇ ସେ ଟ୍ୱିଟ କରି କହିଛନ୍ତି, ବିଷ୍ଣୁ ସେଠୀଙ୍କ ମୃତ୍ୟୁ ଓଡ଼ିଶା ବିଜେପି ପାଇଁ ଅପୂରଣୀୟ କ୍ଷତି ହୋଇଥିବା ବେଳେ ରାଜ୍ୟ ରାଜନୀତିରେ ତାଙ୍କ ଅବଦାନ ମନେ ରହିବ । ଏପରି ସମୟରେ ଭଗବାନ ତାଙ୍କ ପରିବାର ପ୍ରତି ସହାୟ ହୁଅନ୍ତୁ ବୋଲି ଟ୍ୱିଟ କରିଛନ୍ତି ବୈଜୟନ୍ତ ପଣ୍ଡା

ବିଷ୍ଣୁ ସେଠୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ କହିଛନ୍ତି, ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା, ଆମ ଦଳର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବିଷ୍ଣୁ ଭାଇଙ୍କ ସହ ମୋର ପାରିବାରିକ ସମ୍ପର୍କ ଥିଲା।ଜଣେ ବଡ଼ ଭାଇ ଭାବରେ ସେ ମୋତେ ସ୍ନେହ ଆଦର କରନ୍ତି ।