ମର୍ଣ୍ଣିଙ୍ଗ ୱାକ ସମୟରେ ବିଧାୟକଙ୍କୁ ମହୁମାଛି ଆକ୍ରମଣ
କେଉଁଝର : ମହୁମାଛି ଆକ୍ରମଣର ଶିକାର ହେଲେ ବିଧାୟକ I ମର୍ଣ୍ଣିଙ୍ଗ ୱାକ ସମୟରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କୁ ମହୁମାଛି ଆକ୍ରମଣ କରିଛି I ମହୁମାଛିଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ନିକଟସ୍ଥ ଏକ କ୍ଲବ କାର୍ଯ୍ୟାଳୟରେ ପଶିଯାଇଥିଲେ ବିଧାୟକ । ମହୁ ମାଛିଙ୍କ ଆକ୍ରମଣ ଯୋଗୁଁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ରୁ ୨୫ ଟି କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି […]
କେଉଁଝର : ମହୁମାଛି ଆକ୍ରମଣର ଶିକାର ହେଲେ ବିଧାୟକ I ମର୍ଣ୍ଣିଙ୍ଗ ୱାକ ସମୟରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କୁ ମହୁମାଛି ଆକ୍ରମଣ କରିଛି I ମହୁମାଛିଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ନିକଟସ୍ଥ ଏକ କ୍ଲବ କାର୍ଯ୍ୟାଳୟରେ ପଶିଯାଇଥିଲେ ବିଧାୟକ । ମହୁ ମାଛିଙ୍କ ଆକ୍ରମଣ ଯୋଗୁଁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ରୁ ୨୫ ଟି କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଯାଇଛନ୍ତି।




