ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିପାରିବେ ବିଧାୟକ – ସାଂସଦ
ଭୁବନେଶ୍ବର : ବଦଳି କରିବା ପାଇଁ ବୃଦ୍ଧି ହେଲା ସାଂସଦ ଏବଂ ବିଧାୟକଙ୍କ ସୁପାରିଶ କ୍ଷମତା । ନିଜ ନିର୍ବାଚନ ମଣ୍ଡଳୀରେ ଶିକ୍ଷକଙ୍କ ବଦଳି ପାଇଁ ଏଣିକି ସୁପାରିସ କରିପାରିବେ ସାଂସଦ ଏବଂ ବିଧାୟକ । କେବଳ ନିଜ ନିର୍ବାଚନମଣ୍ଡଳୀର ସର୍ବାଧିକ ୧୫ ଜଣଙ୍କ ପାଇଁ ବଦଳି ସୁପାରିସ କରିପାରିବେ । ଅନ୍ତଃଜିଲ୍ଲା ବଦଳି ହୋଇପାରିବ । କିନ୍ତୁ ଗ୍ରାମାଞ୍ଚଳରୁ କୌଣସି ଶିକ୍ଷକଙ୍କୁ ସହରକୁ ବଦଳି କରାଯାଇ ପାରିବ ନାହିଁ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା […]
ଭୁବନେଶ୍ବର : ବଦଳି କରିବା ପାଇଁ ବୃଦ୍ଧି ହେଲା ସାଂସଦ ଏବଂ ବିଧାୟକଙ୍କ ସୁପାରିଶ କ୍ଷମତା । ନିଜ ନିର୍ବାଚନ ମଣ୍ଡଳୀରେ ଶିକ୍ଷକଙ୍କ ବଦଳି ପାଇଁ ଏଣିକି ସୁପାରିସ କରିପାରିବେ ସାଂସଦ ଏବଂ ବିଧାୟକ । କେବଳ ନିଜ ନିର୍ବାଚନମଣ୍ଡଳୀର ସର୍ବାଧିକ ୧୫ ଜଣଙ୍କ ପାଇଁ ବଦଳି ସୁପାରିସ କରିପାରିବେ । ଅନ୍ତଃଜିଲ୍ଲା ବଦଳି ହୋଇପାରିବ । କିନ୍ତୁ ଗ୍ରାମାଞ୍ଚଳରୁ କୌଣସି ଶିକ୍ଷକଙ୍କୁ ସହରକୁ ବଦଳି କରାଯାଇ ପାରିବ ନାହିଁ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି ।
ଚଳିତ ମାସ ୧୫ରୁ ଜୁନ ୧୫ ତାରିଖ ଭିତରେ ଲୋକସଭା ସାଂସଦ ଓ ବିଧାୟକ ଜିଲ୍ଲାପାଳଙ୍କୁ ତାଲିକା ଦେବେ। ସେହିପରି ରାଜ୍ୟସଭା ସାଂସଦ ମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲିଷ୍ଟ ପଠାଇବେ। ଆଉ ଏହି ସମୟ ଭିତରେ ହୋଇଥିବା ସୁପାରିଶ ଆଧାରରେ ହିଁ ବଦଳି କରାଯାଇପାରିବ । ତେବେ ଚିଠିରେ ଉଲ୍ଲେଖ ରହିଛି ଯେ ବଦଳି ପ୍ରକ୍ରିୟାରେ ସବୁବେଳେ ଛାତ୍ର ଶିକ୍ଷକ ଅନୁପାତକୁ ଧ୍ୟାନ ଦିଆଯିବ । ଯେପରି ଏଥିରେ ଉଲ୍ଲଂଘନ ନହୁଏ ସେଥିଲାଗି ଦୃଷ୍ଟି ଦିଆଯିବ । ଚଳିତ ଶିକ୍ଷା ବର୍ଷ ପାଇଁ ଏହା ଲାଗୁ କରାଯିବ ବୋଲି କୁହାଯାଇଛି ।




