କେନ୍ଦ୍ରାପଡା ପ୍ରକଳ୍ପରୁ ଓହରିନି ମିତ୍ତଲ

ଭୁବନେଶ୍ୱର : କେନ୍ଦ୍ରାପଡା ପ୍ରକଳ୍ପରୁ ଓହରି ନାହିଁ ଆର୍ସେଲର ମିତ୍ତଲ – ନିପ୍ପନ । ଏନେଇ କମ୍ପାନୀର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ରାପଡାରେ ପ୍ରସ୍ତାବିତ ୨୪ ନିୟୁତ ଟନ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପରୁ କମ୍ପାନୀ ଓହରିନଥିବା ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ଷ୍ଟିଲ ପ୍ଲାଣ୍ଟ ବର୍ତ୍ତମାନ ବିଭିନ୍ନ ସରକାରୀ ଅନୁମୋଦନ ଅପେକ୍ଷାରେ ରହିଛି । ଏହା ସହ ପାରାଦୀପରେ ମଧ୍ୟ ୭ ନିୟୁତ ଟନ ଷ୍ଟିଲ ପ୍ଲାଣ୍ଟ ର କାର୍ଯ୍ୟ ଚାଲୁ ରହିଥିବା ନେଇ […]

Samaya Live Picture
Published On

ଭୁବନେଶ୍ୱର : କେନ୍ଦ୍ରାପଡା ପ୍ରକଳ୍ପରୁ ଓହରି ନାହିଁ ଆର୍ସେଲର ମିତ୍ତଲ – ନିପ୍ପନ । ଏନେଇ କମ୍ପାନୀର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ରାପଡାରେ ପ୍ରସ୍ତାବିତ ୨୪ ନିୟୁତ ଟନ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପରୁ କମ୍ପାନୀ ଓହରିନଥିବା ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ଷ୍ଟିଲ ପ୍ଲାଣ୍ଟ ବର୍ତ୍ତମାନ ବିଭିନ୍ନ ସରକାରୀ ଅନୁମୋଦନ ଅପେକ୍ଷାରେ ରହିଛି । ଏହା ସହ ପାରାଦୀପରେ ମଧ୍ୟ ୭ ନିୟୁତ ଟନ ଷ୍ଟିଲ ପ୍ଲାଣ୍ଟ ର କାର୍ଯ୍ୟ ଚାଲୁ ରହିଥିବା ନେଇ କମ୍ପାନୀର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ନିପନ୍ ଷ୍ଟିଲ୍ ପ୍ଲାଣ୍ଟ ଓଡିଶା ଛାଡି ଆନ୍ଧ୍ର ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ସେ କହିଛନ୍ତି କମ୍ପାନୀ ସହ ୨ ଥର ରିଭ୍ୟୁ ସରିଲାଣି । ତାଙ୍କର ୨ ଶହ ଲୋକ ଏଠାରେ କାମ କରୁଛନ୍ତି । ବିଜେଡି ତିଷ୍ଠିବା ପାଇଁ ସଂଘର୍ଷ କରୁଛି, ଆଉ ଭ୍ରମିତ କରିବାକୁ ଚେଷ୍ଟା କରୁଛି । ନିପ୍ପନ ଷ୍ଟିଲ ଓଡିଶା ଛାଡି ଚାଲିଯିବ ବୋଲି ବିଜେଡି ନେତା ପ୍ରତାପ ଜେନା କିପରି ଜାଣିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାନୁସାରେ, ଶିଳ୍ପମନ୍ତ୍ରୀଙ୍କ ପୂର୍ବରୁ ନିପ୍ପନ ଷ୍ଟିଲ୍ ପ୍ଲାଣ୍ଟ ପ୍ରୋଜେକ୍ଟ ଓଡିଶାରୁ ଆନ୍ଧ୍ରକୁ ଯିବା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଥିଲା ବିଜେଡି । ବିଜେଡି ନେତା ପ୍ରତାପ ଜେନା ଆଜି ଏହି ପ୍ରସଙ୍ଗରେ ମୋହନ ସରକାରକୁ ଘେରିଛନ୍ତି । ସିଧା ସିଧା ଟାର୍ଗେଟ କରି ମୋହନ ସରକାରକୁ ନିକମା ସରକାର ବୋଲି କହିଛନ୍ତି ପ୍ରତାପ ଜେନା । ଆଉ ତା ସହ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜାପାନ ଯାଇ ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ, ହେଲେ ଏବେ ଏହା ଆନ୍ଧ୍ରକୁ ଚାଲି ଯାଉଛି, ଯାହାକି ଓଡିଶା ପାଇଁ ଦୁର୍ଭାଗ୍ୟଜନକ ।

Tags: