ଲୋୟର ପିଏମଜି ରେ ମିଶନଶକ୍ତି କର୍ମୀଙ୍କ ବିକ୍ଷାଭ ପ୍ରଦର୍ଶନ
ଭୁବନେଶ୍ୱର : ୧୦ ଦଫା ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ମିଶନ ଶକ୍ତି ମହିଳାଙ୍କ ରଣ ହୁଙ୍କାର I କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ବକେୟା ଦରମା ପ୍ରଦାନ ଦାବି ନେଇ ବିଧାନସଭା ସମ୍ମୁଖରେ ଅଲ୍ ଓଡିଶା ଜିପିଏଲ୍ଏଫ୍ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛି । ସେଥିପାଇଁ ଅଲ ଓଡ଼ିଶା ଜିପିଏଲଫ ମିଶନଶକ୍ତି କର୍ମୀ ସଂଘ ସହବନ୍ଧିତ ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟ ସଙ୍ଘ ଗଣଧାରଣା ଚାଲିଛି । ୧୦ ଦଫା ଦାବି ନେଇ ରାଜ୍ୟ […]
ଭୁବନେଶ୍ୱର : ୧୦ ଦଫା ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ମିଶନ ଶକ୍ତି ମହିଳାଙ୍କ ରଣ ହୁଙ୍କାର I କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ବକେୟା ଦରମା ପ୍ରଦାନ ଦାବି ନେଇ ବିଧାନସଭା ସମ୍ମୁଖରେ ଅଲ୍ ଓଡିଶା ଜିପିଏଲ୍ଏଫ୍ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛି । ସେଥିପାଇଁ ଅଲ ଓଡ଼ିଶା ଜିପିଏଲଫ ମିଶନଶକ୍ତି କର୍ମୀ ସଂଘ ସହବନ୍ଧିତ ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟ ସଙ୍ଘ ଗଣଧାରଣା ଚାଲିଛି । ୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛି ସଂଘ । ଯଦି ଏହି ଦାବିର ତୁରନ୍ତ ସମାଧାନ ନହେବ, ତେବେ ଆଗାମୀ ଦିନରେ ଓଡିଶାରେ ଥିବା ୬୦ ହଜାର କର୍ମା ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛି ସଂଘ ।
ଆନ୍ଦୋଳନରେ MBK, ବ୍ୟାଙ୍କ୍ ମିତ୍ର,LSP, CRP, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସାମିଲ ଅଛନ୍ତି । ପ୍ରାୟ ୬ଟି କ୍ୟାଡରର କାମ କରୁଥିବା ମହିଳା କର୍ମଚାରୀ ଗତ ୯ ମାସର ବକେୟା ପାରିଶ୍ରମିକ ବା ଦରମା ପାଇନାହାଁନ୍ତି । ଦରମା ପ୍ରଦାନ ଦାବିରେ ଭୁବନେଶ୍ବରରେ ଏକାଠି ହୋଇଛନ୍ତି ମହିଳା ।
ଅନ୍ୟପଟେ,ଆଜି ଗୃହ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ରାଜ୍ୟରେ ପୂର୍ବତଟ ରେଳପଥକୁ ସଙ୍କୁଚିତ କରିବା, କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ଗୃହରେ ଘମାଘୋଟ ଆଲୋଚନା ହୋଇପାରେ। ସେହିପରି ଶାସକ ଦଳ ମଧ୍ୟ ବହୁ ପ୍ରସଙ୍ଗ ଉଠାଇପାରେ l ବିରୋଧୀଙ୍କ ପକ୍ଷରୁ ମଧ୍ୟ ଦିଆଯାଇପାରେ ମୁଲତବି ପ୍ରସ୍ତାବ।




