ସମୁଦ୍ରରେ ବୁଡି ଛାତ୍ର ନିଖୋଜ,ଖୋଜୁଛି ହେଲିକେପ୍ଟର

ଛତ୍ରପୁର : ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଛାତ୍ର ନିଖୋଜ ଘଟଣା I ୧୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପତ୍ତା ମିଳିପାରି ନାହିଁ I ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦିଆଯାଇଛି। ଏସଆରସି ନିର୍ଦେଶ କ୍ରମେ ହେଲିକପ୍ଟର ଯୋଗେ ଖୋଜା ଖୋଜି ଜାରି ରହିଛି। ନିଖୋଜ ଛାତ୍ର ଜଣକ ହେଲେ କେ.ଆର୍ଯ୍ୟପଲ୍ଲୀ ଗ୍ରାମର ୨୨ବର୍ଷୀୟ ହେମନସେନ ବେହେରା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ […]

Samaya Live Picture
Published On

ଛତ୍ରପୁର : ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଛାତ୍ର ନିଖୋଜ ଘଟଣା I ୧୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପତ୍ତା ମିଳିପାରି ନାହିଁ I ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦିଆଯାଇଛି। ଏସଆରସି ନିର୍ଦେଶ କ୍ରମେ ହେଲିକପ୍ଟର ଯୋଗେ ଖୋଜା ଖୋଜି ଜାରି ରହିଛି। ନିଖୋଜ ଛାତ୍ର ଜଣକ ହେଲେ କେ.ଆର୍ଯ୍ୟପଲ୍ଲୀ ଗ୍ରାମର ୨୨ବର୍ଷୀୟ ହେମନସେନ ବେହେରା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଗଞ୍ଜାମ ଜିଲ୍ଲାପାଳ ଦିଵ୍ୟଜ୍ୟୋତି ପରିଡା ଘଟଣାସ୍ଥଳରେ ପହଂଚି ସ୍ଥିତି ପରଖି ଥିଲେ। ତଟ ରକ୍ଷା ବୋଟ ସମେତ ଓଡ୍ରାଫ, ଅଗ୍ନିଶମ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ସମେତ ଗ୍ରାମବାସୀ ମଧ୍ୟ ଉପସ୍ଥିତ ରହିଛନ୍ତି। ସୂଚନା ଥାଉ କି ଗତକାଲି ଅପରାହ୍ନ ୫ଟାରେ ୫ଜଣ ସାଙ୍ଗ ସମୁଦ୍ରରେ ଗାଧୋଉ ଥିବା ବେଳେ କେ. ଆର୍ଯ୍ୟପଲ୍ଲୀ ଗ୍ରାମର ହେମନସେନ ବେହେରା ଭାସି ଯାଇ ନିଖୋଜ ହୋଇଥିଲେ। ଏବେ ମଧ୍ୟ ଆକାଶପଥ ଓ ଜଳପଥରେ ଖୋଜା ଖୋଜି ଜାରି ରହିଛି। ହେମନସେନ ଡିପ୍ଲୋମା ଛାତ୍ର ଅଟନ୍ତି।

Tags: