ମହିଳା କ୍ରିକେଟର ନିଖୋଜ, ଥାନାରେ ଏତଲା
କଟକ : କଟକରୁ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ I ରାଜଶ୍ରୀ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି କୋଚ ପୁଷ୍ପାଞ୍ଜଳି ବାନାର୍ଜୀ I ରାଜଶ୍ରୀଙ୍କର ଘର ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଭୂଆଁ ଗାଁରେ I ଘଟନାନୁସାରେ,ରାଜଶ୍ରୀ ୨୫ ଜଣିଆ ମହିଳା କ୍ରିକେଟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ ରାଜଶ୍ରୀ। ଏଠି ନିମନ୍ତେ ସେ ଅନ୍ୟ ଖେଳାଳିଙ୍କ ସହ କଟକ ବଜ୍ରବାଟିରେ ଥିବା ଏକ ହୋଟେଲରେ ରହି ନିୟମିତ ପ୍ରଶିକ୍ଷଣ […]
କଟକ : କଟକରୁ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ I ରାଜଶ୍ରୀ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି କୋଚ ପୁଷ୍ପାଞ୍ଜଳି ବାନାର୍ଜୀ I ରାଜଶ୍ରୀଙ୍କର ଘର ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଭୂଆଁ ଗାଁରେ I
ଘଟନାନୁସାରେ,ରାଜଶ୍ରୀ ୨୫ ଜଣିଆ ମହିଳା କ୍ରିକେଟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ ରାଜଶ୍ରୀ। ଏଠି ନିମନ୍ତେ ସେ ଅନ୍ୟ ଖେଳାଳିଙ୍କ ସହ କଟକ ବଜ୍ରବାଟିରେ ଥିବା ଏକ ହୋଟେଲରେ ରହି ନିୟମିତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଉଥିଲେ I କିନ୍ତୁ ଟିମ ର ସମ୍ଭାବ୍ୟ ଖେଳାଳି ତାଲିକାରୁ ତାଙ୍କ ନାଁ ନଥିବାରୁ ସେମାନସିକ ଚାପରେ ରହୁଥିଲେ I ଏହିକ୍ରମରେ ସେ ୧୧ ତାରିଖ ଦିନ ମଧ୍ୟ ହୋଟେଲରୁ ପ୍ରଶିକ୍ଷଣ ଶିବିରକୁ ବାହାରିଥିଲେ। କିନ୍ତୁ ପ୍ରଶିକ୍ଷଣ ଶିବିରରେ ପହଞ୍ଚି ନଥିଲେ। ଏହାକୁ ନେଇ କୋଚ୍ ଚିନ୍ତିତ ହେବା ସହ ତାଙ୍କୁ ଫୋନ୍ କରିଥିଲେ। ତେବେ ତାଙ୍କ ଫୋନ୍ ଲାଗି ନଥିଲା। ଏନେଇ ରାଜଶ୍ରୀଙ୍କୁ ବହୁତ ଖୋଜଖୋଜି କରାଯାଇଥିଲା। ତଥାପି ତାଙ୍କର କୌଣସି ପତ୍ତା ମିଳି ନଥିଲା। ଶେଷରେ କୌଣସି ଉପାୟ ନପାଇ ତାଙ୍କ କୋଚ୍ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।।
ରାଜଶ୍ରୀ ନିଖୋଜ ମାମଲାରେ ପରଦା ହଟୁ ନଥିବା ବେଳେ,ଓରନ୍ଦା ଜଙ୍ଗଲରୁ ଏକ ବାଇକ୍ ଓ ହେଲମେଟ୍ ମିଳିବାକୁ ନେଇ ସନ୍ଦେହ ବଢିଛି । ଏହି ବାଇକ ଓ ହେଲମେଣ୍ଟ ରାଜଶ୍ରୀଙ୍କର ବୋଲି କୁହାଯାଉଛି ଅନ୍ୟପଟେ ଝିଅ ନିଖୋଜ ଥିବା ଖବର ପାଇ ପୁରୀରୁ ତାଙ୍କ ବାପା ମା’ ଆସି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଗୁହାରି କରିଛନ୍ତି I




