ଅଖା ଭିତରୁ ନାବାଳକଙ୍କ ମୃତଦେହ ଉଦ୍ଧାର
ବଡ଼ବିଲ : ଅଖା ଭିତରୁ ନାବାଳକଙ୍କ ମୃତଦେହ ଉଦ୍ଧାର। ଗତକାଲି ସନ୍ଧ୍ୟାରୁ ନିଖୋଜ ସେ ନିଖୋଜ ଥିଲେ । ମୃତ ନାବାଳକ ହେଉଛନ୍ତି ଗାଁର ସ୍ଵର୍ଗତ ରାସ ମୁଣ୍ଡାଙ୍କ ପୁଅ ପବନ ମୁଣ୍ଡା ବୟସ ୯ ବର୍ଷ । ଚମ୍ପୁଆ ଥାନା ପର୍ଶଳା ଗୋପୀନାଥପୁର ଗାଁରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ପବନ ସୋମବାର ସନ୍ଧ୍ୟାରୁ ନିଖୋଜ ଥିଲେ। ପରିବାର ଲୋକେ ଏଣେତେଣେ […]
ବଡ଼ବିଲ : ଅଖା ଭିତରୁ ନାବାଳକଙ୍କ ମୃତଦେହ ଉଦ୍ଧାର। ଗତକାଲି ସନ୍ଧ୍ୟାରୁ ନିଖୋଜ ସେ ନିଖୋଜ ଥିଲେ । ମୃତ ନାବାଳକ ହେଉଛନ୍ତି ଗାଁର ସ୍ଵର୍ଗତ ରାସ ମୁଣ୍ଡାଙ୍କ ପୁଅ ପବନ ମୁଣ୍ଡା ବୟସ ୯ ବର୍ଷ । ଚମ୍ପୁଆ ଥାନା ପର୍ଶଳା ଗୋପୀନାଥପୁର ଗାଁରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ପବନ ସୋମବାର ସନ୍ଧ୍ୟାରୁ ନିଖୋଜ ଥିଲେ। ପରିବାର ଲୋକେ ଏଣେତେଣେ ଖୋଜାଖୋଜି ପରେବି ପବନାକୁ ପାଇ ନଥିଲେ। ଆଜି ଭୋର୍ ସମୟରେ ଗାଁର ଗୈରାଙ୍ଗ ପାତ୍ରଙ୍କ ଘର ଆଗରେ ଏକ ସନ୍ଦିଗ୍ଧ ଅଖା ପଡ଼ିଥିବା ଦେଖିବାକୁ ମିଳିଥିଲା। ସନ୍ଦେହ ହେବାରୁ ଅଖା ଖୋଲିବା ପରେ ଅଖା ଭିତରୁ ପବନାଙ୍କ ମୃତଦେହ ମିଳିଥିଲା। ଏନେଇ ଚମ୍ପୁଆ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେନ୍ଦୁଝର ଏସପି, ଚମ୍ପୁଆ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମକୁ ମଧ୍ୟ ଡକାଯାଇଛି। ତେବେ କିଏ ଓ କାହିଁକି ପବନାକୁ ହତ୍ୟା କଲା ସେନେଇ ପୋଲିସ୍ ଅନୁସନ୍ଧାନ ଜାରି ରଖିଛି ।




