ରାଜଧାନୀରୁ ନାବାଳିକା ଅପହରଣ,୧୨ ଦିନ ପରେ ବି ପୋଲିସର ହାତ ଖାଲି
ଭୁବନେଶ୍ୱର : ନାବାଳିକା ଅପହରଣକୁ ବିତିଲା ୧୨ ଦିନ । ଦଶହରା ଭସାଣ ଦେଖିବାକୁ ଯାଇଥିବାବେଳେ ଗତ ଅକ୍ଟୋବର ୩ ତାରିଖରୁ ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ନାବାଳିକା ଜଣକ ମଞ୍ଚେଶ୍ୱର ଥାନା ଅଧୀନ ଗାଡ଼କଣ ଅଞ୍ଚଳରେ ରହୁଥିଲେ । ଏନେଇ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ,ଅଭିଯୋଗ ପାଇବା ପରେ ମଞ୍ଚେଶ୍ୱର ଥାନାରେ କେଶ୍ ନମ୍ବର 636/25 ରେ BNS 137(2) ଅନୁସାରେ ମାମଲା ରୁଜୁ କରିଛି ପୁଲିସ […]
ଭୁବନେଶ୍ୱର : ନାବାଳିକା ଅପହରଣକୁ ବିତିଲା ୧୨ ଦିନ । ଦଶହରା ଭସାଣ ଦେଖିବାକୁ ଯାଇଥିବାବେଳେ ଗତ ଅକ୍ଟୋବର ୩ ତାରିଖରୁ ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ନାବାଳିକା ଜଣକ ମଞ୍ଚେଶ୍ୱର ଥାନା ଅଧୀନ ଗାଡ଼କଣ ଅଞ୍ଚଳରେ ରହୁଥିଲେ । ଏନେଇ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ,ଅଭିଯୋଗ ପାଇବା ପରେ ମଞ୍ଚେଶ୍ୱର ଥାନାରେ କେଶ୍ ନମ୍ବର 636/25 ରେ BNS 137(2) ଅନୁସାରେ ମାମଲା ରୁଜୁ କରିଛି ପୁଲିସ । କିନ୍ତୁ ଘଟଣାକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ ପୁଲିସ ର ହାତ ଖାଲି ରହିଛି । ଏନେଇ ପୋଲିସ କୌଣସି ପଦକ୍ଷେପ ନେଉନାହିଁ । କେବଳ ମାମଲା ରୁଜୁ କରି ପୁଲିସ ଚୁପ ବସିରହିଛି ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ ।




