ପାଣିରେ ବୁଡି ନାବାଳିକାଙ୍କ ମୃତ୍ୟୁ

ମାଲକାନଗିରି : ଡଙ୍ଗାରୁ ପଇସା କାଢ଼ିବା ହେଲା କାଳ । କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବାବେଳେ ଦିଆଯାଇଥିବା କାଏନ ଆଣିବାବାକୁ ଯାଇ ପାଣିରେ ବୁଡ଼ି ଜଣେ ନାବାଳିକା ମୃତ୍ୟୁବରଣ କରିଛନ୍ତି । ଆଜି ଭୋର ସକାଳୁ ଏଭଳି ଅଘଟଣ ଘଟିଛି ମାଲକାନଗିରି ନିକଟସ୍ଥ ଚମ୍ପାନଗର ଗ୍ରାମର । ମୃତ ନାବାଳିକା ହେଉଛନ୍ତି ସାବିତ୍ରୀ ହନ୍ତାଳ(୧୨) । ଆଜି ସକାଳେ ସେ ନିଜ ସାଙ୍ଗମାନଙ୍କ ସହ ନିକଟସ୍ଥ ପୋଖରୀକୁ ଭସାଯାଇଥିବା ଡଙ୍ଗାରୁ ଟଙ୍କା ସଂଗ୍ରହ ଯାଇଥିଲେ। ତେବେ ଟଙ୍କା […]

Samaya Live Picture
Published On

ମାଲକାନଗିରି : ଡଙ୍ଗାରୁ ପଇସା କାଢ଼ିବା ହେଲା କାଳ । କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବାବେଳେ ଦିଆଯାଇଥିବା କାଏନ ଆଣିବାବାକୁ ଯାଇ ପାଣିରେ ବୁଡ଼ି ଜଣେ ନାବାଳିକା ମୃତ୍ୟୁବରଣ କରିଛନ୍ତି । ଆଜି ଭୋର ସକାଳୁ ଏଭଳି ଅଘଟଣ ଘଟିଛି ମାଲକାନଗିରି ନିକଟସ୍ଥ ଚମ୍ପାନଗର ଗ୍ରାମର । ମୃତ ନାବାଳିକା ହେଉଛନ୍ତି ସାବିତ୍ରୀ ହନ୍ତାଳ(୧୨) । ଆଜି ସକାଳେ ସେ ନିଜ ସାଙ୍ଗମାନଙ୍କ ସହ ନିକଟସ୍ଥ ପୋଖରୀକୁ ଭସାଯାଇଥିବା ଡଙ୍ଗାରୁ ଟଙ୍କା ସଂଗ୍ରହ ଯାଇଥିଲେ। ତେବେ ଟଙ୍କା ସଂଗ୍ରହ କରୁଥିବା ବେଳେ ସାବିତ୍ରୀ ପାଣିରେ ବୁଡିଯାଇଥିଲେ। ଅନ୍ୟ ସାଙ୍ଗମାନେ ଏହା ଦେଖି ଦୌଡ଼ି ପଳାଉଥିଲେ। କିନ୍ତୁ ଏ ନେଇ କାହାରିକୁ କିଛି କହିନଥିଲେ ।

ସାବିତ୍ରୀଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ବେଳେ ସେ ପାଣିରେ ବୁଡ଼ି ଯାଇଥିବା ଖବର ପାଇ ପୋଖରୀରେ ଖୋଜିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଅଗ୍ନିଶମ ସହାୟତାରେ ସାବିତ୍ରୀଙ୍କ ମୃତଦେହ ପାଣିରୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସାବିତ୍ରୀଙ୍କ ବାପା ତ୍ରିପତି ଗତ ବର୍ଷ ମୃତ୍ୟୁବରଣ କରିଥିବା ବେଳେ ଘରେ ମାଆ ଓ ଦୁଇ ଭାଇଭଉଣୀ ଅଛନ୍ତି। ମାଆ କୁମାରୀ କୁଲିମଜୁରି କରି ପିଲାଙ୍କୁ ପୋଷୁଥିଲେ। ଆଜି କାର୍ତ୍ତିକ ପୂର୍ଣ୍ଣମୀ ଭଳି ପବିତ୍ର ଦିନରେ ଏଭଳି ଅଘଟଣ ଘଟିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Tags: