ମୋ ବସ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ

ଭୁବନେଶ୍ୱର : ପୁଣି ଅଘଟଣ ଘଟାଇଲା ମୋ ବସ । ବେପରୁୱା ଗାଡି ଚାଳନା ଯୋଗୁଁ ଘଟାଉଛି ବାରମ୍ବାର ଦୁର୍ଘଟଣା । ଆଜି ସକାଳ ୯ଟା ବେଳେ ନନ୍ଦନକାନନ ଥାନା ରଘୁନାଥ ପୁର ଅଞ୍ଚଳରେ ମୋ ବସ ଧକ୍କାରେ ଜଣେ ନାବାଳିକାଙ୍କ ନୃତ୍ୟୁ ଘଟିଛି । ମୃତ ନାବାଳିକାଙ୍କ ବୟସ ୧୨ ବର୍ଷ,ସେ ୬ଷ୍ଠ ଶ୍ରେଣୀରେ ପଢୁଥିଲେ । ନାବାଳିକା ରଘୁନାଥପୁରର ରାମ ତିଆଡ଼ିଙ୍କ ଝିଅ ବୋଲି ସୂଚନା ମିଳିଛି । ଆଜି ସକାଳେ ସେ ଦୋକାନକୁ […]

ମୋ ବସ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ
Samaya Live Picture
Published On

ଭୁବନେଶ୍ୱର : ପୁଣି ଅଘଟଣ ଘଟାଇଲା ମୋ ବସ । ବେପରୁୱା ଗାଡି ଚାଳନା ଯୋଗୁଁ ଘଟାଉଛି ବାରମ୍ବାର ଦୁର୍ଘଟଣା । ଆଜି ସକାଳ ୯ଟା ବେଳେ ନନ୍ଦନକାନନ ଥାନା ରଘୁନାଥ ପୁର ଅଞ୍ଚଳରେ ମୋ ବସ ଧକ୍କାରେ ଜଣେ ନାବାଳିକାଙ୍କ ନୃତ୍ୟୁ ଘଟିଛି । ମୃତ ନାବାଳିକାଙ୍କ ବୟସ ୧୨ ବର୍ଷ,ସେ ୬ଷ୍ଠ ଶ୍ରେଣୀରେ ପଢୁଥିଲେ । ନାବାଳିକା ରଘୁନାଥପୁରର ରାମ ତିଆଡ଼ିଙ୍କ ଝିଅ ବୋଲି ସୂଚନା ମିଳିଛି । ଆଜି ସକାଳେ ସେ ଦୋକାନକୁ ଆସି ଫୁଲ ନେଇ ସାଇକେଲରେ ଘରକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ମୋ ବସ ଝିଅଟିକୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱରରୁ କଟକ ଯିବା ରାସ୍ତାରେ ଘଟିଥିଲା ଦୁର୍ଘଟଣା। ମୋ ବସଟି ନନ୍ଦନକାନନ ଥାନାରେ ଅଟକ ଅଛି । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ।

ଶେଷ ସୂଚନାନୁସାରେ,ମୋ ବସ ଧକ୍କାରେ ମୃତ ନାବାଳିକାଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି । CRUT ପକ୍ଷରୁ କ୍ଷତିପୂରଣ ପରେ ହଟିଲା ରାସ୍ତାରୋକ । ଡ୍ରାଇଭରଙ୍କ ଭୁଲ ଯୋଗୁଁ ଦୁର୍ଘଟଣା ଘଟିଥିବା ସ୍ୱୀକାର କରିଛନ୍ତି କର୍ତୃପକ୍ଷ ।

ସୂଚନାନୁସାରେ,କିଛି ଦିନ ତଳେ ଡମଣା ଛକରେ ‘ମୋ ବସ୍‌’ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ଯୁବତୀ ଜଣକ ହାତ ହରାଇଥିଲେ। ଏହାପରେ କଡ଼ାକଡ଼ି ହୋଇଥିଲା ନିୟମ। ଗାଡ଼ିର ବେଗ ୪୦ କିଲୋମିଟର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ମୋ ବସ ଚାଳକଙ୍କ ବେପରୁୱା ମନୋଭାବ ଏବଂ ପ୍ରଶାସନର କଡା ନିୟମ ଅଭାବରୁ ବାରମ୍ବାର ଘଟୁଛି ଏହି ଏହି ଦୁର୍ଘଟଣା ।

Tags: