ଜେଲରୁ ଫେରି ନାବାଳିକାଙ୍କୁ ନୃଶଂସ ହତ୍ୟା

ରାଉରକେଲା : ଜେଲ୍‌ରୁ ଫେରି ନାବାଳିକା ପ୍ରେମିକାକୁ ବୀଭତ୍ସ ହତ୍ୟା । ବାଲୁଘାଟ ନିକଟ ବ୍ରାହ୍ମଣୀନଦୀରୁ ମିଳିଛି ଖଣ୍ଡବିଖଣ୍ଡିତ ମୃତଦେହ । କଟା ହାତଗୋଡ ହନୁମାନ ବାଟିକା ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଛି । ଏଯାଏଁ ନାବାଳିକାର ମୁଣ୍ଡ ମିଳିନି, ଖୋଖୋଜି କରୁଛି ପୁଲିସ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା କାଣ୍ଡ ଘଟିଛି । ଝାରସୁଗୁଡ଼ାରେ ନାବାଳିକା ଦୁଷ୍କର୍ମ ମାମଲାରେ ଜେଲ୍ ଯାଇଥିଲେ ଜଣେ ଯୁବକ । ତେବେ ଜାମିନରେ ବାହାରିବା ପରେ ନାବାଳିକାଙ୍କୁ ଘରୁ […]

Samaya Live Picture
Published On

ରାଉରକେଲା : ଜେଲ୍‌ରୁ ଫେରି ନାବାଳିକା ପ୍ରେମିକାକୁ ବୀଭତ୍ସ ହତ୍ୟା । ବାଲୁଘାଟ ନିକଟ ବ୍ରାହ୍ମଣୀନଦୀରୁ ମିଳିଛି ଖଣ୍ଡବିଖଣ୍ଡିତ ମୃତଦେହ । କଟା ହାତଗୋଡ ହନୁମାନ ବାଟିକା ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଛି । ଏଯାଏଁ ନାବାଳିକାର ମୁଣ୍ଡ ମିଳିନି, ଖୋଖୋଜି କରୁଛି ପୁଲିସ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା କାଣ୍ଡ ଘଟିଛି ।

ଝାରସୁଗୁଡ଼ାରେ ନାବାଳିକା ଦୁଷ୍କର୍ମ ମାମଲାରେ ଜେଲ୍ ଯାଇଥିଲେ ଜଣେ ଯୁବକ । ତେବେ ଜାମିନରେ ବାହାରିବା ପରେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ହତ୍ୟା କରିଛି ଅଭିଯୁକ୍ତ । ହତ୍ୟା ପରେ ଅଭିଯୁକ୍ତ ଜଣକ ଧରାପଡ଼ିବା ପରେ ବ୍ରାହ୍ମଣୀ ନଦୀରେ ମୃତଦେହ ଫିଙ୍ଗିଥିବା ପୋଲିସ ଆଗରେ ସ୍ବୀକାର କରିଛି । ମୃତଦେହ ଉଦ୍ଧାର କାର୍ଯ୍ୟରେ ଲାଗିଛି ପୋଲିସ। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଅଞ୍ଚଳରେ ମୂଳ ବାସିନ୍ଦା ହେଉଛନ୍ତି ମୃତ ନାବାଳିକା ।

Tags: