ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀରେ ଲଜ୍ଜା ! ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ଆଇସିୟୁରେ ତାଙ୍କର ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି । ଅଶୋକ ନଗରରେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ଅଶୋକ ନଗର ରାସ୍ତା କଡ଼ରୁ ନାବାଳିକାଙ୍କୁ ମୁର୍ମୁଷୁ ଅବସ୍ଥାରେ ପଡିଥିବାର ଦେଖି କିଛି ଅଟୋ ଚାଳକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ […]

ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ଲଜ୍ଜା ! ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ଆଇସିୟୁରେ ତାଙ୍କର ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି । ଅଶୋକ ନଗରରେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଜଣାପଡିଛି।

ଶୁକ୍ରବାର ବିଳମ୍ବିତ ରାତିରେ ଅଶୋକ ନଗର ରାସ୍ତା କଡ଼ରୁ ନାବାଳିକାଙ୍କୁ ମୁର୍ମୁଷୁ ଅବସ୍ଥାରେ ପଡିଥିବାର ଦେଖି କିଛି ଅଟୋ ଚାଳକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସା ଜାରି ରହିଛି । ହସ୍ପିଟାଲରେ ଭର୍ତ୍ତି ହେବାପରେ ସନ୍ଦେହ କରି କ୍ୟାପିଟାଲ ଫାଣ୍ଡି ପୋଲିସକୁ ଜଣାଇଥିଲେ ଡାକ୍ତର । ଡାକ୍ତରଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

Tags: