ଚିକିତ୍ସା ଅବହେଳାରୁ ଶିଶୁ ମୃତୁ୍ୟକୁ ନେଇ ପାରାଲାଖେମୁଣ୍ଡିରେ ଉତ୍ତେଜନା

ଭୁବନେଶ୍ୱର: ରାଜ୍ୟ ହସ୍ପିଟାଲରେ ଡାକ୍ତର ଅଭାବ ଯୋଗୁଁ ରୋଗୀ ହଇରାଣ ହେବା ଘଟଣା ଏକ ନିତିଦିଆ ଖବର ହୋଇଗଲାଣି । ହେଲେ ଆଜି ଡାକ୍ତର ଅଭାବ କାରଣରୁ ଜଣେ ଶିଶୁଙ୍କ ଜୀବନ ଚାଲିଯାଇଛି । ଏହି ମର୍ମନ୍ତୁଦ ଘଟଣା ପାରଳାଖେମୁଣ୍ଡି ହସ୍ପିଟାଲରେ ଘଟିଛି । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗାଁର ଅନିଲ୍‌ କୁମାର ବିଷୋୟୀଙ୍କ ପୁଅ ଆୟୁଷଙ୍କୁ ଜ୍ୱର ହୋଇଥିଲା । ଗତକାଲି ରାତିରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଗୁରାଣ୍ଡି ଗୋଷ୍ଠୀ […]

Samaya Live Picture
Published On

ଭୁବନେଶ୍ୱର: ରାଜ୍ୟ ହସ୍ପିଟାଲରେ ଡାକ୍ତର ଅଭାବ ଯୋଗୁଁ ରୋଗୀ ହଇରାଣ ହେବା ଘଟଣା ଏକ ନିତିଦିଆ ଖବର ହୋଇଗଲାଣି । ହେଲେ ଆଜି ଡାକ୍ତର ଅଭାବ କାରଣରୁ ଜଣେ ଶିଶୁଙ୍କ ଜୀବନ ଚାଲିଯାଇଛି । ଏହି ମର୍ମନ୍ତୁଦ ଘଟଣା ପାରଳାଖେମୁଣ୍ଡି ହସ୍ପିଟାଲରେ ଘଟିଛି ।

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗାଁର ଅନିଲ୍‌ କୁମାର ବିଷୋୟୀଙ୍କ ପୁଅ ଆୟୁଷଙ୍କୁ ଜ୍ୱର ହୋଇଥିଲା । ଗତକାଲି ରାତିରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ, ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନ ଥିବାରୁ ପରିବାର ଲୋକ ଶିଶୁକୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଡାକ୍ତର ନଥିବା ବେଳେ ନର୍ସ ଶିଶୁଟିର ଚିକିତ୍ସା କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟି ମୃତୁ୍ୟବରଣ କରିଥିଲା । ଉପଯୁକ୍ତ ଚିକିତ୍ସା ନପାଇ ସେ ମୃତୁ୍ୟ କରିଥିଲା ବୋଲି ଅଭିଯୋଗ ହୋଇଛି ।
ଚିକିତ୍ସା ଅବହେଳାରୁ ଶିଶୁ ମୃତୁ୍ୟକୁ ନେଇ ପାରାଲାଖେମୁଣ୍ଡିରେ ଉତ୍ତେଜନା

ମୃତ ଆୟୁଷଙ୍କ ବାପା କହିଛନ୍ତି ଯେ, ପିଲାକୁ ଡାକ୍ତରଖାନା ନେବା ପରେ ତାକୁ ଅକ୍‌ସିଜେନ୍‌ ଲଗାଇ ଦେଇଥିଲେ ନର୍ସ ଦିଦି । ଅକ୍‌ସିଜେନ୍‌ ଲାଗିଲା ପରେ ପୁଅ ମୋର ଛାଟିପିଟି ହୋଇଥିଲା । ପୁଅର କଷ୍ଟ ଦେଖି ମୁଁ ତୁରନ୍ତ ଅକ୍‌ସିଜେନ୍‌ କାଢ଼ି , ଦିଦିଙ୍କ ପାଖକୁ ଦୌଡ଼ିଥିଲି । ହେଲେ ସେ କହିଲେ ସେପରି କିଛି ହୋଇନି, ଏମିତି ହେବା ସାଧାରଣ ଘଟଣା ଡାକ୍ତର ଆସିଲେ ଦେଖିବେ । ହେଲେ ଡାକ୍ତର ଆସୁ ଆସୁ ବିଳମ୍ବ ହୋଇଗଲା । ମୋର ଗୋଟିଏ ମାତ୍ର ପୁଅ ଚାଲିଗଲା ।

ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି । ଶିଶୁଟିର ମୃତଦେହ ଡାକ୍ତରଖାନାରେ ରଖି ପରିବାର ଲୋକେ ହୋହାଲ୍ଲା କରିଛନ୍ତି । ଘଟଣାସ୍ଥଳରେ ସିଡିଏମ୍‌ଓ ପହଞ୍ଚିଛନ୍ତି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିଏମ୍‌ଓ କହିଛନ୍ତି ।