ଦୁର୍ଗା ପୂଜା ପେଣ୍ଡାଲରେ ଜଳିଗଲେ ନାବାଳକ
ରାଉରକେଲା : ରାଉରକେଲାରେ ଅଘଟଣ । ଦୁର୍ଗାପୂଜା ପେଣ୍ଡାଲରେ ଜଳିଗଲେ ନାବାଳକ । ମୃତକଙ୍କ ବୟସ ୧୦ ରୁ ୧୧ ବର୍ଷ ଭିତରେ ହେବ ବୋଲି ଜଣାପଡିଛି । ଆଜି ଦିନ ୨ଟା ସମୟରେ ରାଉରକେଲା ସହରର ସେକ୍ଟର ୬ ଟେଲିଫୋନ ଭବନ ପାଖ ଦୁର୍ଗା ପୂଜା ପେଣ୍ଡାଲରେ ଏହି ଅଘଟଣ ଘଟିଛି । ମୃତକ ହେଲେ ସେକ୍ଟର ୬ ବିବେକାନନ୍ଦ ପାଲିର ଅଜୟ ମହାରଣାଙ୍କ ପୁଅ ବାଦଲ ମହାରଣା (୧୨) l ତେବେ କିପରି ନିଆଁ ଲାଗିଲା […]
ରାଉରକେଲା : ରାଉରକେଲାରେ ଅଘଟଣ । ଦୁର୍ଗାପୂଜା ପେଣ୍ଡାଲରେ ଜଳିଗଲେ ନାବାଳକ । ମୃତକଙ୍କ ବୟସ ୧୦ ରୁ ୧୧ ବର୍ଷ ଭିତରେ ହେବ ବୋଲି ଜଣାପଡିଛି । ଆଜି ଦିନ ୨ଟା ସମୟରେ ରାଉରକେଲା ସହରର ସେକ୍ଟର ୬ ଟେଲିଫୋନ ଭବନ ପାଖ ଦୁର୍ଗା ପୂଜା ପେଣ୍ଡାଲରେ ଏହି ଅଘଟଣ ଘଟିଛି । ମୃତକ ହେଲେ ସେକ୍ଟର ୬ ବିବେକାନନ୍ଦ ପାଲିର ଅଜୟ ମହାରଣାଙ୍କ ପୁଅ ବାଦଲ ମହାରଣା (୧୨) l ତେବେ କିପରି ନିଆଁ ଲାଗିଲା ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି । ୩/୪ ଜଣ ପିଲା ଖେଳୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଏହି ସମୟରେ ଅନ୍ୟ ପିଲାମାନେ ଦୌଡ଼ି ପଳାଇଥିବାବେଳେ କୌଣସି କାରଣ ବଶତଃ ଏହି ପିଲାଟି ନିଆଁ କବଳରୁ ମୁକୁଳି ନ ପାରି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ସେକ୍ଟର ୭ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରି ମୃତଦେହକୁ ରାଉରକେଲା ସରକାରୀ ଡାକ୍ତରଖାନା ପଠାଇଛନ୍ତି ।




