ଆନ୍ଦୋଳନରୁ ଓହରିବା ପାଇଁ ମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ସହ ରଥଯାତ୍ରା ରହିଛି । ତେଣୁ ଆନ୍ଦୋଳନରୁ ଓହରିବା ପାଇଁ ରାଜ୍ୟ ଅମଲା ସଂଘକୁ ଅପିଲ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗଣମାଧ୍ୟମ ସାମନାରେ ମନ୍ତ୍ରୀ କହିଛନ୍ତି ସବୁ ସମସ୍ୟାର ସମାଧାନ ପାଇଁସରକାରଙ୍କ ପାଖରେ ପ୍ଲାନ ୧,୨,୩ ଅଛି । ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ। ମୁଁ ନିଜେ ସାମ୍ନାକୁ ଆସିଥିଲି, ଆମ ଉପରେ ଭରସା ରଖନ୍ତୁ। ଯେଉଁ ଅଫିସର […]

ଆନ୍ଦୋଳନରୁ ଓହରିବା ପାଇଁ ମନ୍ତ୍ରୀଙ୍କ ଅପିଲ
Samaya Live Picture
Published On

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ସହ ରଥଯାତ୍ରା ରହିଛି । ତେଣୁ ଆନ୍ଦୋଳନରୁ ଓହରିବା ପାଇଁ ରାଜ୍ୟ ଅମଲା ସଂଘକୁ ଅପିଲ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗଣମାଧ୍ୟମ ସାମନାରେ ମନ୍ତ୍ରୀ କହିଛନ୍ତି ସବୁ ସମସ୍ୟାର ସମାଧାନ ପାଇଁସରକାରଙ୍କ ପାଖରେ ପ୍ଲାନ ୧,୨,୩ ଅଛି । ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ। ମୁଁ ନିଜେ ସାମ୍ନାକୁ ଆସିଥିଲି, ଆମ ଉପରେ ଭରସା ରଖନ୍ତୁ। ଯେଉଁ ଅଫିସର ଧର୍ମଘଟରେ ଅଛନ୍ତି, ତାଙ୍କ କଷ୍ଟ ଓ ଭାବନା ସହ ସରକାର ଅଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଏହି ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି, ଦଳରୁ ନିଲମ୍ବନ ବି ହୋଇଛି। ଭିଡ଼ିଓ ଫୁଟେଜରେ ଯେଉଁ ମାନଙ୍କ ଚିତ୍ର ରହିଛି ସେମାନଙ୍କୁ ଗିରଫ କରାଯାଇ ସାରିଛି । ପ୍ରଚ୍ଛଦପଟ ରେ କିଏ ରହିଛି ତଦନ୍ତ ଚାଲିଛି । ଖୋଜିବା ପାଇଁ ଟିକେ ସମୟ ଲାଗିବ। ଏହି ଘଟଣାରୁ କେହି ବର୍ତ୍ତୀ ପାରିବେ ନାହିଁ । ତେବେ ଯଦି ବିନା ପ୍ରମାଣରେ କେହି ଗିରଫ ହୁଅନ୍ତି ତାହା କୋର୍ଟ ଗ୍ରହଣ କରିବ ନାହିଁ । ଏସମ୍ପର୍କରେ ସରକାର ନିଷ୍ପତି ନେବେ ତେଣୁ ଧର୍ମଘଟ ସ୍ଥଗିତ ରଖନ୍ତୁ ।

Tags: