ଲଘୁ ଖଣିଜ ଦ୍ରବ୍ୟ ପରିବହନ ପାଇଁ ଟ୍ରକ୍ ଧର୍ମଘଟ, ପ୍ରତିକ୍ରିୟା ରଖିଲେ ଖଣି ଓ ପରିବହନ ମନ୍ତ୍ରୀ

ଭୁବନେଶ୍ୱର:ବେଆଇନ ଖଣି କାରବାର ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏନ୍ ଜି ଟି ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏ ସମସ୍ୟାର ସମାଧାନ ବାହାର କରିବା ପାଇଁ ସରକାର ବୈଠକ ଡାକିଛନ୍ତି। ସେଥିରେ ତର୍ଜମା ହେବ ଏବଂ ସମାଧାନର ରାସ୍ତା ବାହାରିବ। ତାଙ୍କର ଧର୍ମଘଟ ଦ୍ଵାରା ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏସବୁ ସମସ୍ୟାର ସମାଧାନ ଖୁବଶୀଘ୍ର ହେବା ଦରକାର। ଗାଡି ଠିକ୍ ଭାବରେ ଚାଲିବ, ତାଙ୍କ ଜୀବନ ଜୀବିକା ଚାଲିବ, ଏହାକୁ ନଜର […]

Samaya Live Picture
Published On

ଭୁବନେଶ୍ୱର:ବେଆଇନ ଖଣି କାରବାର ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏନ୍ ଜି ଟି ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏ ସମସ୍ୟାର ସମାଧାନ ବାହାର କରିବା ପାଇଁ ସରକାର ବୈଠକ ଡାକିଛନ୍ତି। ସେଥିରେ ତର୍ଜମା ହେବ ଏବଂ ସମାଧାନର ରାସ୍ତା ବାହାରିବ। ତାଙ୍କର ଧର୍ମଘଟ ଦ୍ଵାରା ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏସବୁ ସମସ୍ୟାର ସମାଧାନ ଖୁବଶୀଘ୍ର ହେବା ଦରକାର।

ଗାଡି ଠିକ୍ ଭାବରେ ଚାଲିବ, ତାଙ୍କ ଜୀବନ ଜୀବିକା ଚାଲିବ, ଏହାକୁ ନଜର ରଖି ସରକାର କାର୍ଯ୍ୟ କରିବେ। ଓଭର ଲୋଡ଼ିଂ ମଧ୍ୟ ବଡ଼ ସମସ୍ୟା ରହୁଛି। ବେଆଇନ ଖଣି କାରବାର ରୋକିବା ପାଇଁ ସରକାରଙ୍କର ଆନ୍ତରିକତା ଅଛି। ଟ୍ରକ ସଂଘ ଉପରେ ଅଯଥା ଫାଇନର ବୋଝ କେମିତି ହେବ ନାହିଁ, ତାହାର ବାଟ ବାହାର କହିବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି ।

Tags: