VLW ଙ୍କୁ ସର୍ବନିମ୍ନ ପେନଶନ ଦିଆଯାଉ – ହାଇକୋର୍ଟ
କଟକ : ଗ୍ରାମ ସେବକ ପଦକୁ ପଦୋନ୍ନତି ପାଇଥିବା କର୍ମଚାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟଭିଏଲଡବ୍ଲ୍ୟୁ (ଗ୍ରାମ ସେବକ)ଙ୍କୁ ସର୍ବନିମ୍ନ ପେନସନ ପ୍ରଦାନ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସରକାର ବନାମ ନିରଞ୍ଜନ ବିଶ୍ୱାଳ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ରାଜ୍ୟ ସରକାର ଏହିଭଳି ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ପଞ୍ଚାୟତ ସେକ୍ରେଟାରୀରୁ ଗ୍ରାମସେବକ ପଦକୁ ପଦୋନ୍ନତି ପାଇଥିବା କର୍ମଚାରୀଙ୍କୁ ସର୍ବନିମ୍ନ ପେନସନ୍ […]
କଟକ : ଗ୍ରାମ ସେବକ ପଦକୁ ପଦୋନ୍ନତି ପାଇଥିବା କର୍ମଚାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟଭିଏଲଡବ୍ଲ୍ୟୁ (ଗ୍ରାମ ସେବକ)ଙ୍କୁ ସର୍ବନିମ୍ନ ପେନସନ ପ୍ରଦାନ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସରକାର ବନାମ ନିରଞ୍ଜନ ବିଶ୍ୱାଳ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ରାଜ୍ୟ ସରକାର ଏହିଭଳି ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ପଞ୍ଚାୟତ ସେକ୍ରେଟାରୀରୁ ଗ୍ରାମସେବକ ପଦକୁ ପଦୋନ୍ନତି ପାଇଥିବା କର୍ମଚାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ,ରାଜ୍ୟ ସରକାର ପଞ୍ଚାୟତ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଗ୍ରାମସେବକ ପଦକୁ ପଦୋନ୍ନତି ଦେଇଥିଲେ। ଉକ୍ତ ଆଦେଶ ଆସିବା ପରେ କିଛି କର୍ମଚାରୀ ୩/୪ ବର୍ଷ ଗ୍ରାମସେବକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ଫଳରେ ସେମାନଙ୍କୁ ଗ୍ରାମସେବକ ହିସାବରେ କୌଣସି ଅବସରକାଳୀନ ପ୍ରାପ୍ୟ କିମ୍ବା ପେନସନ୍ ମିଳିନଥିଲା । ଏନେଇ ନିରଞ୍ଜନ ବିଶ୍ୱାଳଙ୍କ ସମେତ ୭୮୦ ଜଣ ଗ୍ରାମ ସେବ ସେତେବେଳେ ସ୍ୟାଟରେ ମାମଲା ରୁଜୁ କରିଥିଲେ । ଏହି ମାମଲାର ବିଚାର କରି ସ୍ୟାଟ ଆବେଦନକାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଉକ୍ତ ଆଦେଶ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟରେ ପହଞ୍ଚିଥିଲେ । ହାଇକୋର୍ଟ ମଧ୍ୟ ସ୍ୟାଟଙ୍କ ରାୟକୁ କାଏମ୍ ରଖିବା ସହ ଆବେଦନକାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଉକ୍ତ ଆଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ଆଦେଶକୁ କାଏମ୍ ରଖିଥିଲେ ।
ଏଥିସହିତ ଗ୍ରାମ ପଞ୍ଚାୟତ ସଂପାଦକ କାର୍ଯ୍ୟକାଳକୁ ବିଚାରକୁ ନେଇ ସର୍ବନିମ୍ନ ପେନସନ୍ ଦାବି କରି ଅବସରପ୍ରାପ୍ତ ଭିଏଲଡବ୍ଲୁ/ପିଇଓ ଦାଖଲ କରିଥିବା ଦରଖାସ୍ତକୁ ଖାରଜ କରି ପଞ୍ଚାୟତିରାଜ ବିଭାଗ ୨୦୨୪ ଫେବ୍ରୁଆରି ୨୬ରେ ପ୍ରଦାନ କରିଥିବା ଆଦେଶକୁ ରଦ୍ଦ କରିଛନ୍ତି ହାଇକୋର୍ଟ ।




