ଘାଟିରେ ମିନି ବସ୍ ଓଲଟି, ୧୫ରୁ ଉର୍ଧ୍ଵ ଆହତ
ଗଜପତି : ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଲା ମିନି ବସ I ବସରେ ଥିବା ୩୦ ରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି I ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସଟି ଗଜପତି ଜିଲ୍ଲା ଅଡବା ମୋହନା ଲଦିଗୁଡା ଗାଁରୁ ଅଡବା ଆସୁଥିବା ବେଳେ କୁଡୁକିମାଗାଁ ନିକଟ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସମସ୍ତ ଆହତଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I ସୂଚନା ମୁତାବକ, ଲଦିଗୁଡାରୁ ଏକ […]
ଗଜପତି : ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଲା ମିନି ବସ I ବସରେ ଥିବା ୩୦ ରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି I ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସଟି ଗଜପତି ଜିଲ୍ଲା ଅଡବା ମୋହନା ଲଦିଗୁଡା ଗାଁରୁ ଅଡବା ଆସୁଥିବା ବେଳେ କୁଡୁକିମାଗାଁ ନିକଟ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସମସ୍ତ ଆହତଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I
ସୂଚନା ମୁତାବକ, ଲଦିଗୁଡାରୁ ଏକ ଯାତ୍ରୀବାହୀ ମିନିବସ୍ ସୋମବାର ସକାଳୁ କିଛି ଯାତ୍ରୀଙ୍କୁ ନେଇ ମୋହନା ଆସୁଥିବା ବେଳେ ବାମୁଣମଲା ଘାଟୀ ନିକଟରେ ଭରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବସ୍ରେ ବସିଥିବା ୩୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆହତ ମାନଙ୍କୁ ବିରିକୋଟ ସ୍ଥିତ ମେଡିକାଲକୁ ପଠାଯାଇଛି।




