ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଷୀର

ଭୁବନେଶ୍ୱର: ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଏଣିକି ମିଳିବ କ୍ଷୀର I ଗିଫ୍ଟ MILK ମାଧ୍ୟମରେ ୨୯ ଟି ସ୍କୁଲର ୧୧୮୪ ପିଲାଙ୍କୁ ଦିଆଯିବ କ୍ଷୀର। ଛାତ୍ରଛାତ୍ରୀଙ୍କୁ ୨୦୦ ML ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ସରକାର ଯୋଜନା କରୁଛନ୍ତି। ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି। ପିଲାମାନଙ୍କୁ କ୍ଷୀର ମାଧ୍ୟମରେ ପୋଷକ ତତ୍ତ୍ୱ ଯୋଗାଇବା ଲାଗି ସରକାର ପକ୍ଷରୁ ଏହି ପ୍ରୟାସ ଜାରି ରହିଛି […]

Samaya Live Picture
Published On

ଭୁବନେଶ୍ୱର: ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଏଣିକି ମିଳିବ କ୍ଷୀର I ଗିଫ୍ଟ MILK ମାଧ୍ୟମରେ ୨୯ ଟି ସ୍କୁଲର ୧୧୮୪ ପିଲାଙ୍କୁ ଦିଆଯିବ କ୍ଷୀର। ଛାତ୍ରଛାତ୍ରୀଙ୍କୁ ୨୦୦ ML ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ସରକାର ଯୋଜନା କରୁଛନ୍ତି। ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି। ପିଲାମାନଙ୍କୁ କ୍ଷୀର ମାଧ୍ୟମରେ ପୋଷକ ତତ୍ତ୍ୱ ଯୋଗାଇବା ଲାଗି ସରକାର ପକ୍ଷରୁ ଏହି ପ୍ରୟାସ ଜାରି ରହିଛି ।

ମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସସକ୍ତ କରାଯିବ। କ୍ଷୀର ଧାରା କରାଯିବ। ଗତକାଲି ଗୋକୁଳ ଯୋଜନାରେ ୩ ହଜାର ଗାଈ ଦେବାର ବ୍ୟବସ୍ଥା କରାଯାଇଛି । ୭୦ ପ୍ରତିଶତ ରିହାତିରେ ୨ ଟି ଗାଈ ଦିଆଯିବ I ଏଥିରେ ପାଖାପାଖି ୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଗ୍ରାମାଞ୍ଚଳର ଅର୍ଥନୈତିକ ବିକାଶ କରିବା ପାଇଁ ମହିଳା, ଆଦିବାସୀ, ହରିଜନ ଲୋକଙ୍କୁ ୩ହଜାର ଗାଈ ଦେବାର ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ଲୋକମାନଙ୍କର ଅର୍ଥନୈତିକ ଅବସ୍ଥାକୁ ସ୍ଥିର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଲକ୍ଷ୍ୟ ହେଉଛି ବିକଶିତ ଭାରତ ବିକଶିତ ଓଡ଼ିଶା।

Tags: