ଜୁନ ୧୫ରୁ ମିଳିବ ମଧ୍ୟାହ୍ନ ଭୋଜନ

ସମୟ ଲାଇଭ,୨୯/୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଦେଶକୁ ଲକ୍‍ଡାଉନ୍‍ ଘୋଷଣା କରାଯାଇଛି। ତେବେ ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିଥିବାବେଳେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଛନ୍ତି । ରାଜ୍ୟରେ ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସୂଚନାନୁସାରେ, କରୋନା […]

Samaya Live Picture
Published On

ସମୟ ଲାଇଭ,୨୯/୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଦେଶକୁ ଲକ୍‍ଡାଉନ୍‍ ଘୋଷଣା କରାଯାଇଛି। ତେବେ ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିଥିବାବେଳେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଛନ୍ତି । ରାଜ୍ୟରେ ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, କରୋନା ଯୋଗୁଁ ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କର ପରୀକ୍ଷା ହୋଇପାରି ନଥିଲା। ଏଣୁ ଛାତ୍ରଛାତ୍ରୀ ଚଳିତ ବର୍ଷ ପାଇଁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ସେହିପରି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସମସ୍ତ ପରୀକ୍ଷା ସରିଥିବାବେଳେ ଗୋଟିଏ ପରୀକ୍ଷା ବାକି ରହିଛି। ଏହି ପରୀକ୍ଷା କରିବା ଓ ସେମାନଙ୍କର ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ଯୋଜନା ରହିଛି ।
ଅନ୍ୟପଟେ ଜୁନ୍‍ ୧୫ ତାରିଖରୁ ବିଦ୍ୟାଳୟରେ ପୂର୍ବପରି ମଧ୍ୟାହ୍ନଭୋଜନଦିଆଯିବ । ବିଦ୍ୟାର୍ଥୀଙ୍କୁ ତିନି ମାସର ସାମଗ୍ରୀ ଏକକାଳୀନ ପ୍ରଦାନ କରାଯିବ |

Tags: