ମଧ୍ୟାହ୍ନ ଭୋଜନର ମୂଲ୍ୟରେ ଏକ ଟଙ୍କା ବୃଦ୍ଧି କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ନୂତନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି। ମଧ୍ୟାହ୍ନ ଭୋଜନ ମୂଲ୍ୟରେ ପ୍ରତି ବିଦ୍ୟାର୍ଥୀ ପ୍ରତି ୧ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି। ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର […]

Samaya Live Picture
Published On

ଭୁବନେଶ୍ୱର:ଆଜି ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ନୂତନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି।
ମଧ୍ୟାହ୍ନ ଭୋଜନ ମୂଲ୍ୟରେ ପ୍ରତି ବିଦ୍ୟାର୍ଥୀ ପ୍ରତି ୧ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି। ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନଙ୍କୁ ପୌଷ୍ଟିକ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦେବା, ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀମାନଙ୍କ ଉପସ୍ଥାନ ବୃଦ୍ଧି କରିବା, ସ୍କୁଲ ବାହାରେ ଥିବା ପିଲାମାନଙ୍କୁ ବିଦ୍ୟାଳୟ ପରିସରଭୁକ୍ତ କରିବା, ପିଲାମାନଙ୍କ କୁପୋଷଣ ଓ ପୁଷ୍ଟିହୀନତା ଦୂର କରିବା ପାଇଁ ପ୍ରାଧନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ (ପି.ଏମ୍‌.ପୋଷଣ)ଯୋଜନା କାର୍ଯ୍ୟକାରୀ ହେଉଛି ।
ରାଜ୍ୟର ୫୦ହଜାରରୁ ଉର୍ଦ୍ଧ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ହାରାହାରୀ ୪୩ଲକ୍ଷ ଛାତ୍ରଛାତ୍ରୀ ଏହି ମଧ୍ୟାହ୍ନ ଭୋଜନ ଯୋଜନାରେ ଉପକୃତ ହେଉଛନ୍ତି।ବର୍ତ୍ତମାନ ଏହି ଯୋଜନାରେ ସରକାର ପ୍ରତ୍ୟେକ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ୫.୯୦ ଓ ଉଚ୍ଚପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ଟ୮.୮୨ ଦୈନିକ ପଡି ମୂଲ୍ୟର ଖର୍ଚ୍ଚ ଧାର୍ଯ୍ୟ କରିଛନ୍ତି।ବର୍ତ୍ତମାନର ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଦୈନିକ ପଡି ମୂଲ୍ୟ ଉପରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ୧ଟଙ୍କା ଲେଖାଏଁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Tags: