ହାତୀ ଆକ୍ରମଣରେ ମଇଁଷି ମୃତ୍ୟୁ
ଅନୁଗୁଳ : ବନ୍ତଳା ଅଞ୍ଚଳରେ ଗତକାଲି ହାତୀ ଜଣଙ୍କ ଜୀବନ ନେଇଥିବାବେଳେ ଆଜି ଗୋଟିଏ ମଇଁଷିର ଜୀବନ ନେଇଛି I ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି I ତଥ୍ୟାନୁସାରେ , ଅନୁଗୁଳ ଜିଲ୍ଲାର ବନ୍ତଳାର ମଧୁପୁର ଗାଁରେ ରାତିସାରା ହାତୀ ଉପଦ୍ରବ କରିଥିଲା I ଲୋକମାନେ ରାତିରେ ଭୟଭୀତ ଅବସ୍ଥାରେ ଥିଲେ। ଗାଁର ବନମାଳୀ ପ୍ରଧାନଙ୍କ ମଇଁଷି ଗୋଠରେ ହାତୀ ପଶି ଏକ ମଇଁଷି ମାରି ଦେଇଥିଲା I ହାତୀ ଉପଦ୍ରବରେ […]
ଅନୁଗୁଳ : ବନ୍ତଳା ଅଞ୍ଚଳରେ ଗତକାଲି ହାତୀ ଜଣଙ୍କ ଜୀବନ ନେଇଥିବାବେଳେ ଆଜି ଗୋଟିଏ ମଇଁଷିର ଜୀବନ ନେଇଛି I ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି I
ତଥ୍ୟାନୁସାରେ , ଅନୁଗୁଳ ଜିଲ୍ଲାର ବନ୍ତଳାର ମଧୁପୁର ଗାଁରେ ରାତିସାରା ହାତୀ ଉପଦ୍ରବ କରିଥିଲା I ଲୋକମାନେ ରାତିରେ ଭୟଭୀତ ଅବସ୍ଥାରେ ଥିଲେ। ଗାଁର ବନମାଳୀ ପ୍ରଧାନଙ୍କ ମଇଁଷି ଗୋଠରେ ହାତୀ ପଶି ଏକ ମଇଁଷି ମାରି ଦେଇଥିଲା I ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ମଧୁପୁର ଗ୍ରାମର ଲୋକମାନେ ବନ୍ତଳା-ସାତକୋଶିଆ ରାସ୍ତା ଉପରେ ବସି ଆନ୍ଦୋଳନ କରୁଛନ୍ତି I ଯାହାଫଳରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି I ଘଟଣାସ୍ଥଳରେ ବନ୍ତଳା ପୋଲିସ ପହଞ୍ଚିନଥିବା ଜଣାପଡିଛି I




