ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ନେଇ ପୋଲିସ-ସେବାୟତ ସମନ୍ୱୟ ବୈଠକ 

ଭୁବନେଶ୍ୱର: ପବିତ୍ର ଅଶୋକାଷ୍ଟମୀ ଉପଲକ୍ଷେ ଆସନ୍ତା ୦୫.୦୪.୨୦୨୫ ଓ ୦୯.୦୪.୨୦୨୫ରେ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ପାଇଁ ଆଜି ଲିଙ୍ଗରାଜ ଥାନାରେ ପୋଲିସ ଏବଂ ସେବାୟତଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ଭୁବନେଶ୍ବର ଡିସିପି ଜଗମୋହନ ମୀନା (ଆଇପିଏସ) ଅଧ୍ୟକ୍ଷତା କରିଥିବା ବେଳେ ଡିସିପି (ଟ୍ରାଫିକ୍), ଏସିପି (ଟ୍ରାଫିକ୍), ଏସିପି ଜୋନ-୨ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ଶ୍ରୀ ଲିଙ୍ଗରାଜ ମନ୍ଦିର ନିଜୋଗର […]

ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ନେଇ ପୋଲିସ-ସେବାୟତ ସମନ୍ୱୟ ବୈଠକ 
Samaya Live Picture
Published On

ଭୁବନେଶ୍ୱର: ପବିତ୍ର ଅଶୋକାଷ୍ଟମୀ ଉପଲକ୍ଷେ ଆସନ୍ତା ୦୫.୦୪.୨୦୨୫ ଓ ୦୯.୦୪.୨୦୨୫ରେ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ପାଇଁ ଆଜି ଲିଙ୍ଗରାଜ ଥାନାରେ ପୋଲିସ ଏବଂ ସେବାୟତଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକକୁ ଭୁବନେଶ୍ବର ଡିସିପି ଜଗମୋହନ ମୀନା (ଆଇପିଏସ) ଅଧ୍ୟକ୍ଷତା କରିଥିବା ବେଳେ ଡିସିପି (ଟ୍ରାଫିକ୍), ଏସିପି (ଟ୍ରାଫିକ୍), ଏସିପି ଜୋନ-୨ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ଶ୍ରୀ ଲିଙ୍ଗରାଜ ମନ୍ଦିର ନିଜୋଗର ସେବାୟତଗଣ ମଧ୍ୟ ଉପସ୍ଥିତ ଥିଲେ।

ଏହି ବୈଠକରେ ରଥଯାତ୍ରା ଉପଲକ୍ଷେ ସାଧାରଣ ନିରାପତ୍ତା ବ୍ୟବସ୍ଥା, ସର୍ବସାଧାରଣ ଯାତାୟାତ ଓ ଅନ୍ୟାନ୍ୟ ଆବଶ୍ୟକ ପ୍ରସ୍ତୁତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

Tags: