ରାଜଧାନୀରେ ଚାଲିବ ମେଟ୍ରୋ ଟ୍ରେନ : ପ୍ରକଳ୍ପ ରିପୋର୍ଟ ଦାଖଲ କଲା ଡିଏମ୍‌ଆର୍‌ସି

ଭୁବନେଶ୍ୱର : ଓଡ଼ିଶାରେ ଗଡିବ ମେଟ୍ରୋ ଟ୍ରେନ I ରାଜଧାନୀ ଭୁବନେଶ୍ୱରରୁ ତ୍ରିସୁଳିଆ ଯାଏଁ ଗଡିବ ମେଟ୍ରୋ I ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ(ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ) ଡିପିଆର ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ପର୍ଯାୟରେ ୨୬ କିଲୋମିଟର ପର୍ଯ୍ୟନ୍ତ ଟ୍ରଙ୍କ ଲାଇନ ନିର୍ମାଣ ହୋଇଛି I ଏଥିରେ ୨୦ଟି ଷ୍ଟେସନ ରହିବ I ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀ ମେଟ୍ରୋ ରେଳ ନିଗମ(ଡିଏମଆରସି)କୁ ଦାୟିତ୍ୱ ଦିଆଯାଇଥିଲା। ଆଜି ଦିଲ୍ଲୀ ମେଟ୍ରୋ ରେଳ ନିଗମ ଭୁବନେଶ୍ୱରରେ ଟ୍ରାଫିକ […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଶାରେ ଗଡିବ ମେଟ୍ରୋ ଟ୍ରେନ I ରାଜଧାନୀ ଭୁବନେଶ୍ୱରରୁ ତ୍ରିସୁଳିଆ ଯାଏଁ ଗଡିବ ମେଟ୍ରୋ I ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ(ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ) ଡିପିଆର ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ପର୍ଯାୟରେ ୨୬ କିଲୋମିଟର ପର୍ଯ୍ୟନ୍ତ ଟ୍ରଙ୍କ ଲାଇନ ନିର୍ମାଣ ହୋଇଛି I ଏଥିରେ ୨୦ଟି ଷ୍ଟେସନ ରହିବ I ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀ ମେଟ୍ରୋ ରେଳ ନିଗମ(ଡିଏମଆରସି)କୁ ଦାୟିତ୍ୱ ଦିଆଯାଇଥିଲା।

ଆଜି ଦିଲ୍ଲୀ ମେଟ୍ରୋ ରେଳ ନିଗମ ଭୁବନେଶ୍ୱରରେ ଟ୍ରାଫିକ ସର୍ଭେ, ଜିଓ ଟେକନିକାଲ ଇନଭେଷ୍ଟିଗେସନ, ଟୋପୋଗ୍ରାଫିକ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆକଳନ ଆଦି ପରେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ନିକଟରେ ଦାଖଲ କରିଛି।

ଡିପିଆର ମୁତାବକ ୨୬ କିଲୋମିଟର ମଧ୍ୟର ୨୦ଟି ଷ୍ଟେସନ ରହିବ। ମେଟ୍ରୋ ଟ୍ରେନ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳଷ୍ଟେସନ, ରାମମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଫୁଲପୋଖରୀ ଓ କଟକର ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚଳାଚଳ କରିବ। ଏଥିପାଇଁ ୬ ହଜାର କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି I

ଓଡ଼ିଶାରେ ମେଟ୍ରୋ ଟ୍ରେନ ଗଡ଼ିବା ନେଇ ଚଳିତ ଵର୍ଷ ଉତ୍କଳ ଦିବସ (ଏପ୍ରିଲ ୧) ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ I ଏହା ପରଠାରୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି। ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ଆୟୋଜିତ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଥିଲା I ଡିପିଆର ଅନୁସାରେ ପ୍ରଥମ ପର୍ଯ୍ୟାୟ ରେଳ ପ୍ରକଳ୍ପ କଟକ-ଭୁବନେଶ୍ୱର ଏବଂ ଦ୍ଵିତୀୟ ପର୍ଯ୍ୟାୟ ଖୋର୍ଦ୍ଧା- ପୁରୀ ମଧ୍ୟରେ ଚଳାଚଳ କରିବ I

Tags: