ଫେବୃଆରୀ ୨୧ ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା
କଟକ:ମାଟ୍ରିକ୍ ପରୀକ୍ଷାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦରବଡ଼ ସୂଚନା। ଆସନ୍ତା ଫେବୃଆରୀ ୨୧ ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପାଇଁ ଆସନ୍ତା ଫେବୃୟାରୀ ୨୧ରୁ ପରିକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ବୋର୍ଡ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ତେବେ ଫେବୃୟାରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ୍ ପରୀକ୍ଷା। ୨୧ରେ ମାତୃଭାଷା ଓଡ଼ିଆ ରହିଥିବା ବେଳେ ୨୪ରେ ଦ୍ୱିତୀୟ […]
କଟକ:ମାଟ୍ରିକ୍ ପରୀକ୍ଷାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦରବଡ଼ ସୂଚନା। ଆସନ୍ତା ଫେବୃଆରୀ ୨୧ ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପାଇଁ ଆସନ୍ତା ଫେବୃୟାରୀ ୨୧ରୁ ପରିକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ବୋର୍ଡ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ତେବେ ଫେବୃୟାରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ୍ ପରୀକ୍ଷା। ୨୧ରେ ମାତୃଭାଷା ଓଡ଼ିଆ ରହିଥିବା ବେଳେ ୨୪ରେ ଦ୍ୱିତୀୟ ଭାଷା ଇଂରାଜୀ ,୨୭ତାରିଖରେ ଗଣିତ,ମାର୍ଚ୍ଚ ୧ରେ ସାଧାରଣ ବିଜ୍ଞାନ ,ମାର୍ଚ୍ଚ ୩ ସାମାଜିକ ବିଜ୍ଞାନ , ମାର୍ଚ୍ଚ ୬ରେ ତୃତୀୟ ଭାଷା ହିନ୍ଦୀ କିମ୍ବା ସଂସ୍କୃତ ରହିଛି ।
ସେହିପରି ସକାଳ ୯ରୁ ଆରମ୍ଭ ହୋଇ ୧୧.୩୦ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ । ଅର୍ଥାତ ୧୧.୩୦ ପରିବର୍ତ୍ତେ ୧୧.୪୫ରେ ଶେଷ ହେବ ଗଣିତ ପରୀକ୍ଷା। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଓ ଗୋଟିଏ ପ୍ରଶ୍ନ ପତ୍ରରେ ହେବା ନେଇ ସୂଚନା ଦେଇଛି ବୋର୍ଡ ।




