ଖସୁଛି ପାରଦ, କିଛି ଜିଲ୍ଲାରେ ୧୦ ଡିଗ୍ରୀ ତଳେ ତାପମାତ୍ରା
ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ I ସାରା ରାଜ୍ୟରେ ରାତିର ତାପମାତ୍ରା ୨-୩ ଡିଗ୍ରୀ ଯାଏଁ କମିଛି I ଦୁଇ ଦିନ ତଳେ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରି ଉପରେ ରହୁଥିବା ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ଏବେ ସ୍ବାଭାବିକ ସ୍ଥିତିକୁ ଫେରିଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସହରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରି ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ୩ଟି ସହରର ସର୍ବନିମ୍ନ […]
ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ I ସାରା ରାଜ୍ୟରେ ରାତିର ତାପମାତ୍ରା ୨-୩ ଡିଗ୍ରୀ ଯାଏଁ କମିଛି I ଦୁଇ ଦିନ ତଳେ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରି ଉପରେ ରହୁଥିବା ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ଏବେ ସ୍ବାଭାବିକ ସ୍ଥିତିକୁ ଫେରିଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସହରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରି ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ୩ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି। ଜି.ଉଦୟଗିରି ବ୍ୟତୀତ ସୁନ୍ଦରଗଡ ଜିଲ୍ଲାର କିରେଇରେ ୯.୫ ଡିଗ୍ରି,କେନ୍ଦୁଝରଗଡ଼ରେ ଗତକାଲି ରାତିର ତାପମାତ୍ରା ୯.୮ ଡିଗ୍ରି ରହିଥିଲା। ସେହିପରି ଦାରିଙ୍ଗବାଡ଼ିରେ ୧୦.୫, ରାଉରକେଲାରେ ୧୦.୯, ଫୁଲବାଣୀରେ ୧୧,ନବରଙ୍ଗପୁର ଓ କୋରାପୁଟରେ ୧୧.୪, ଝାରସୁଗୁଡ଼ାରେ ୧୨.୬, ସୁନ୍ଦରଗଡ଼ରେ ୧୩,ଭବାନୀପାଟଣାରେ ୧୩.୫,ଢେଙ୍କାନାଳରେ ୧୩.୬, ସୋନପୁରରେ ୧୩.୭, ବଲାଙ୍ଗୀର ଓ ତାଳଚେରରେ ୧୪.୨, ଭଦ୍ରକରେ ୧୪.୫ ରହିଥିଲା। ଭୁବନେଶ୍ବର ସହରର ତାପମାତ୍ରା ୧୫.୭ ଡିଗ୍ରିକୁ ଖସି ଆସିଛି,ଯାହାକି ସ୍ବାଭାବିକ ୧୫.୯ ଡିଗ୍ରି ତୁଳନାରେ ସାମାନ୍ୟ କମ୍ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ ଅଧିକ ରହିଛି। ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।




