ପାରଦ ହେଉଛି ତଳମୁହାଁ,ହାଡ଼ ଭଙ୍ଗା ଜାଡ଼ରେ ଥରୁଛି ଓଡିଶା

ଭୁବନେଶ୍ୱର : ରାଜ୍ୟରେ ତଳମୁହାଁ ହୋଇଛି ରାତିର ତାପମାତ୍ରା I ରାତି ଛଡା ଦିନରେ ବି ପ୍ରବଳ ଶୀତରେ କମ୍ପୁଛି ଦେହ ହାତ I ଦିନ ୧୧ ଟା ପୂର୍ବରୁ ଘରୁ ପଦାକୁ ବାହାରି ହେଉନାହିଁ I ରାତିର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସି ଆସିଛି। ୧୪ ସହରର ରାତି ତାପମାତ୍ରା ୧୦ ଡିଗ୍ରୀଠୁ କମ ରହିଛି। ସକାଳୁଆ ଥଣ୍ଡା ଏବଂ ଘନ କୁହୁଡି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ତଳମୁହାଁ ହୋଇଛି ରାତିର ତାପମାତ୍ରା I ରାତି ଛଡା ଦିନରେ ବି ପ୍ରବଳ ଶୀତରେ କମ୍ପୁଛି ଦେହ ହାତ I ଦିନ ୧୧ ଟା ପୂର୍ବରୁ ଘରୁ ପଦାକୁ ବାହାରି ହେଉନାହିଁ I ରାତିର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସି ଆସିଛି। ୧୪ ସହରର ରାତି ତାପମାତ୍ରା ୧୦ ଡିଗ୍ରୀଠୁ କମ ରହିଛି। ସକାଳୁଆ ଥଣ୍ଡା ଏବଂ ଘନ କୁହୁଡି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ସେହିଭଳି ମେଘମୁକ୍ତ ରହିଥିବାରୁ ଶୀତର ପ୍ରକୋପ ପୁଣି ବଢିଯାଇଛି । ଫଳରେ ହାଡ଼ ଭଙ୍ଗା ଜାଡରେ ଥରୁଛି ସାରା ଓଡିଶା I

ସେହିପରି ଘନ କୁହୁଡି ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଲାଗିରହୁଛି । କୁହୁଡି ଯୋଗୁଁ ଲୋକଙ୍କୁ ଗାଡି ଚଳାଚଳରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଜିଲ୍ଲାରେ ଥଣ୍ଡା ଏବଂ କୁହୁଡି ବଢିଯାଇଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି ।

ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜ. ଉଦୟଗିରିରେ ୫ ଡିଗ୍ରୀ ରେକର୍ଡ କରାଯାଇଛି। ଫୁଲବାଣୀରେ ୭, କିରେଇରେ ୭.୫, କୋରାପୁଟରେ ୮, ସେମିଳିଗୁଡ଼ାରେ ୮.୪ ଓ ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ରେକର୍ଡ କରାଯାଇଛି। କଟକ ଓ ଭୁବନେଶ୍ବରରେ ପାରଦ ସର୍ବନିମ୍ନସ୍ତର ୧୩ ଡିଗ୍ରୀକୁ ଖସିଆସିଛି। ୨୪ରୁ ୨୬ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତା ୩ ଦିନ ଯାଏ ଏଭଳି ସ୍ଥିତି ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Tags: